Latest Odisha News

BREAKING NEWS

ଆପର ବଢ଼ିଲା ଅଡୁଆ: ଲୋ ଫ୍ଲୋର ବସ କିଣା ଦୁର୍ନୀତିର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଅଡୁଆ ବଢ଼ିବାରେ ଲାଗିଛି । ଏକ ହଜାର ଲୋ ଫ୍ଲୋର ବସ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଅସିବା ପରେ ଏବେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହାକୁ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜୁନରେ ଏଲଜି ଅଫିସକୁ ଆସିଥିବା ଅଭିଯୋଗ ଅନୁଯାୟୀ ଟେଣ୍ଡର ଏବଂ ବସ କ୍ରୟ ପାଇଁ କମିଟିର ସଭାପତି ଭାବେ ଡିଟିସି ପରିବହନ ମନ୍ତ୍ରୀଙ୍କୁ ନିଯୁକ୍ତ କରିଥିଲା । ସେହିପରି ବିଆଇଏମ ପରିଚାଳନା ପରାମର୍ଶଦାତା ଭାବେ ଡିଆଇଏମଟିଏସଘଙ୍କୁ ନିଯୁକ୍ତ କରାଗଲା ।

ଜୁଲାଇ ୨୦୧୯ରେ ସିଏନଜିର ୧୦୦୦ ବିଏସଏସ-୬ ଓ ବିଏସ-୬ ବସ କିଣିବା ପାଇଁ ବିଡ ଡକା ଯାଇଥିଲା । ମାର୍ଚ୍ଚ ୨୦୨୦ରେ ଏଥିରେ ଅନିୟମିତତା ଅଭିଯୋଗ ପୁନର୍ବାର ଆସିଥିଲା । ୨୦୨୧ରେ ବସ କିଣା ଟେଣ୍ଡର ବାତିଲ କରାଯାଇଥିଲା । ଅପରପକ୍ଷରେ ଆପ ଏ ନେଇ ଉପ ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି । ସେ ଜାଣି ପାରୁ ନାହାନ୍ତି କାହା ଉପରେ ଦସ୍ତଖତ କରାଯିବ । ନିଜେ ଦୁର୍ନୀତିରେ ବୁଡି ରହିଥିବା ବେଳେ ଆପ ସରକାରକୁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରୁଛନ୍ତି ।

Leave A Reply

Your email address will not be published.