Latest Odisha News

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ମାଟି ଅତଡା ଖସିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଧଉରାଖମଣ ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ନାଗାର୍ଜୁନ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛେଣ୍ଡିପଦାରୁ ହାଣ୍ଡିଗୋଡ଼ା ଯାଇଥିବା ପାଇପ ଲାଇନ୍ ମରାମତି ହେଉଥିଲା । ଧଉରାଖମଣ ନିକଟରେ ପାଇପର ଲିକେଜ ମରାମତି ଚାଲିଥିଲା ।

ଏହି ସମୟରେ କୋଶଳା ଗାଁର ସନୁ ରାଉଳ ୫ ଫୁଟର ଗାତ ଭିତରେ ପଶି କାର୍ଯ୍ୟ କରୁଥିବା ବେଳେ ପାର୍ଶ୍ୱରେ ଗଦା ହୋଇଥିବା ମାଟି ଅତଡ଼ା ଖସିବାରୁ ଗାତରେ ପୋତି ହୋଇ ଯାଇଥିଲେ । ଦୀର୍ଘ ୧ ଘଣ୍ଟା ପରିଶ୍ରମ ପରେ ଗାତରୁ ସନୁଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କମ୍ପାନୀର ସୁରକ୍ଷା ଅବହେଳାରୁ ସନୁଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.