Latest Odisha News

BREAKING NEWS

ଜୟାଙ୍କ ଭାଷଣ ପରେ, ବଚ୍ଚନଙ୍କୁ ମିଳିଲା ପୋଲିସ ସୁରକ୍ଷା

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ମୁମ୍ବାଇ ଘର ବାହାରେ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଇଛି । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାର ତଦନ୍ତ ଆଳରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅପମାନିତ କରିବାର ପ୍ରୟାସ ଚାଲିଛି ବୋଲି ଶ୍ରୀମତି ବଚ୍ଚନ କହିଛନ୍ତି।

ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ୍ ବଙ୍ଗଳା ଜଲସା ବାହାରେ ମୁମ୍ବାଇ ପୋଲିସ ଅତିରିକ୍ତ ସୁରକ୍ଷା ଯୋଗାଇ ଦେଇଛି। ଶ୍ରୀମତୀ ବଚ୍ଚନଙ୍କ ଭାଷଣ ପରେ ବଢୁଥିବା ସୋସିଆଲ ମିଡିଆରେ ଟ୍ରୋଲିଂ  ପରେ ସୁରକ୍ଷାକୁ ଏକ ସତର୍କତାମୂଳକ ପଦକ୍ଷେପ ଭାବେ ଦିଆଯାଇଛି।

ବଲିଉଡରେ ଡ୍ରଗ୍ସ ଉପରେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ଦେଇଥିବା ମନ୍ତବ୍ୟର କଡ଼ା ଉତ୍ତର ରଖିଛନ୍ତି ଜୟା । ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ମଙ୍ଗଳବାର ରାଜ୍ୟସଭାରେ କହିଛନ୍ତି ଯେ କେବଳ କିଛି ଲୋକଙ୍କ କାରଣରୁ ଆପଣ ସମଗ୍ର ଶିଳ୍ପକୁ ନିନ୍ଦା କରିପାରିବେ ପାରିବେ ନାହିଁ । “ଜିସ୍  ଥାଲି ମେ ଖାନା ଖାତେ ହେ, ଉସି ମେ ଛେଦ କରତେ ହେ” ବୋଲି ଶ୍ରୀମତୀ ବଚ୍ଚନ କହିଛନ୍ତି ।

ଶ୍ରୀମତୀ ବଚ୍ଚନଙ୍କ ବିବୃତ୍ତିକୁ ସମର୍ଥନ ଦେଇ ଭେଟେରାନ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ କହିଛନ୍ତି ଯେ ବଲିଉଡ ସର୍ବଦା ସଭିଙ୍କ ପାଇଁ ଉଚ୍ଚସ୍ଥାନରେ ରହିବ । ଡ୍ରଗ୍ସ ଏବଂ ନେପୋଟିଜିମ ଭଳି ଅଭିଯୋଗକୁ ଦ୍ୱାରା କେହି ଏହାକୁ ତଳେ ପକାଇ ପାରିବେ ନାହିଁ। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ନେଇ  କହିଛନ୍ତି, “ମୁଁ ଏହି ଇଣ୍ଡଷ୍ଟ୍ରିରୁ ନାମ, ଖ୍ୟାତି, ସମ୍ମାନ, ସବୁକିଛି ପାଇଲି … ତେଣୁ ଏହିପରି ଅଭିଯୋଗ ମତେ ବ୍ୟଥିତ କରିଛି ।”

୭୨ବର୍ଷୀୟ ଶ୍ରୀମତୀ ବଚ୍ଚନଙ୍କୁ ତାଙ୍କ  ଭାଷଣ ପରେ ବଲିଉଡର ଅନେକ ମହଲରୁ ଜବରଦସ୍ତ ସମର୍ଥନ ମଧ୍ୟ ମିଳିଛି ।  କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବୃତ୍ତିକୁ ସମାଲୋଚନା ମଧ୍ୟ କରାଯାଇଅଛି । ଏପରିକି ‘#ShameOnJayaBachchan’ ଭଳି ଟ୍ରେଣ୍ଡ୍ ଟ୍ୱିଟରରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.