ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ୩ ମାସରୁ ଅଧିକ ସମୟ ବିତିଥିବା ବେଳେ ଏଯାବତ୍ କୌଣସି ଫଳାଫଳ ଆସିପାରିନାହିଁ । ଏହାଛଡା ସିବିଆଇର ତଦନ୍ତ ଉପରେ ମଧ୍ୟ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।
ଯାହା ପରେ ସିବିଆଇ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇ ଯାଞ୍ଚ ଚାଲିଛି । ଏଥିସହିତ କୌଣସି ଦିଗକୁ ଅଣଦେଖା କରାଯାଇ ନାହିଁ ବୋଲି ସିବିଆଇ ବୟାନରେ ପ୍ରକାଶ କରିଛି ।
ଏହାର କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂହ ଦାବି କରିଥିଲେ ଯେ ସୁଶାନ୍ତଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ଏହାଛଡା ସିବିଆଇ ଧିର ଗତିରେ ଯାଞ୍ଚ କରୁଥିବା ନେଇ ସେ ଅଭିଯୋଗ ମଧ୍ୟ କରିଥିଲେ ।
ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଦିଲ୍ଲୀ ଏମ୍ସର ଜଣେ ଡାକ୍ତର କହିଥିବା ନେଇ ନିକଟ ଅତୀତରେ କହିଥିଲେ ବିକାଶ ସିଂହ ।
ଅଧିକ ପଢନ୍ତୁ- ସୁଶାନ୍ତଙ୍କ ଶେଷ ଫଟୋରୁ ଜଣାପଡେ ସେ ମୃତ୍ୟୁ ପାଇଁ ସଂଗ୍ରାମ କରିଛନ୍ତି!
ଅଧିକ ପଢନ୍ତୁ- ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ହଙ୍ଗର ଷ୍ଟ୍ରାଇକ୍ କରିବାକୁ ଧମକ ଦେଲେ ତାଙ୍କ ୨ ବନ୍ଧୁ
Comments are closed.