Latest Odisha News

BREAKING NEWS

ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ହଙ୍ଗର ଷ୍ଟ୍ରାଇକ କରିବାକୁ ଧମକ ଦେଲେ ତାଙ୍କ ୨ ବନ୍ଧୁ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ସିବିଆଇ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ ତଥ୍ୟ ସାମ୍ନାକୁ ଆସୁନାହିଁ। ତେବେ ଏଭଳି ପରିସ୍ଥିତିରେ ମୃତ ସୁଶାନ୍ତଙ୍କୁ ନ୍ୟାୟ ଦେବା ଜିଦରେ ଆଗକୁ ଆସିଛନ୍ତି ତାଙ୍କର ଦୁଇ ବନ୍ଧୁ । ଯଥାଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ନମିଳିଲେ ତାଙ୍କର ଦୁଇ ବନ୍ଧୁ ଗଣେଶ ହାଇୱାକର ଏବଂ ଅଙ୍କିତ ଆଚାର୍ଯ୍ୟଙ୍କ ଦୁଇ ବନ୍ଧୁ ହଙ୍ଗର ଷ୍ଟ୍ରାଇକ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ସୋମବାର ପ୍ରକାଶିତ ଏକ ଭିଡିଓ ବାର୍ତ୍ତାରେ ଗଣେଶ ଏବଂ ଅଙ୍କିତ କହିଛନ୍ତି ଯେ ସେମାନେ ଅକ୍ଟୋବର ୨ ରୁ ତିନି ଦିନିଆ ଆଖିଆ ଆପିଆ ଅନଶନ କରିବେ ବୋଲି ନ୍ୟୁଜ୍ ଏଜେନ୍ସି ଏଏନଆଇର ଏକ ରିପୋର୍ଟରେ ପ୍ରକାଶ ।

“ଆମେ ଆରମ୍ଭରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରୁଛୁ। କିନ୍ତୁ ଗତ କିଛି ଦିନ ହେବ ସିବିଆଇ ତରଫରୁ କୌଣସି ତଥ୍ୟ ମିଳିପାରୁ ନାହିଁ। ସେଥିପାଇଁ ଆମେ ତିନି ଦିନିଆ ହଙ୍ଗର ଷ୍ଟ୍ରାଇକ କରିବୁ” ବୋଲି ସୁଶାନ୍ତଙ୍କ ବନ୍ଧୁ ଗଣେଶ ଏହି ଭିଡିଓରେ କହିଛନ୍ତି।

ସେମାନେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନେ ପୋଲିସର ଅନୁମତି ପାଆନ୍ତି, ତେବେ ସେମାନେ ଦିଲ୍ଲୀର ରାଜଘାଟ କିମ୍ବା ମୁମ୍ବାଇରେ ମଧ୍ୟ ହଙ୍ଗର ଷ୍ଟ୍ରାଇକ୍ କରିବେ। ଗଣେଶ ଆହୁରି କହିଛନ୍ତି, “ଯଦି ଆମେ ଏଥିପାଇଁ ଅନୁମତି ନପାଇଲୁ, ତେବେ ଆମେ ମୋ ଏହି ଅନଶନ କରିବୁ।

Leave A Reply

Your email address will not be published.