Latest Odisha News

BREAKING NEWS

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ

ପାରାଦୀପ: ସିବିଆଇ ସ୍କାନରରେ ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ର । ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସରେ ସିବିଆଇ ଚଢ଼ାଉ କରିଛି । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ଏକକାଳୀନ ଛାନିଭିନ୍ କରୁଛି ସିବିଆଇ ଟିମ୍‌ । କଟକ ଓଡ଼ିଆ ବଜାର ସ୍ଥିତ ମହିମା ମିଶ୍ରଙ୍କ ଘର ସହ କଟକ ଲିଙ୍କ୍ ରୋଡ୍ ସ୍ଥିତ OSL ଅଫିସରେ ସିବିଆଇ ଟିମ୍ ରେଡ୍ କରିଛି ।

ପାରାଦୀପ ବଡ଼ପଡ଼ିଆ ସ୍ଥିତ OSL ଅଫିସରେ ମଧ୍ୟ ରେଡ୍ କରିଛି ସିବିଆଇ । ପାରାଦୀପର ଏକାଧିକ ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ପାରାଦୀପ ବନ୍ଦର ଚିପ୍ ମେକାନିକାଲ ଇଞ୍ଜିନିୟରଙ୍କ ଅଫିସ, ମହିମା ନନ୍ଦ ମିଶ୍ରଙ୍କ (OSL) କାର୍ଯ୍ୟାଳୟ ଓ ବିଭିନ୍ନ ଷ୍ଟିଭେଡୋର ସଂସ୍ଥାର କାର୍ଯ୍ୟାଳୟ ସମେତ କେତେକ ଠିକା ସଂସ୍ଥା ଉପରେ ରେଡ୍ ହୋଇଛି ।

ପାରାଦୀପ ବନ୍ଦରର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କ ଠାରୁ ପ୍ରାୟ ୮୦ ଲକ୍ଷ ଟଙ୍କା ରେଡ୍ ପାଇଛି ସିବିଆଇ । ଏଥି ସହିତ ତାଙ୍କର ପରାମର୍ଶଦାତା ସନ୍ତୋଷ ରାଉତ ଓରଫ ବନ ବାବୁଙ୍କ ନିକଟରୁ ୫୦ ଲକ୍ଷ ଟଙ୍କା ନଗଦ ମିଳିଥିବା ବେଳେ ସିବିଆଇ ରେଡ୍ ଜାରି ରହିଛି ।

Leave A Reply

Your email address will not be published.