Latest Odisha News

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡ଼ି ସନ୍ଦେହରେ ବାପାକୁ ହତ୍ୟା, ଅଳ୍ପକେ ବର୍ତ୍ତିଲେ ୨ ପୁଅ

ରାୟଗଡ଼ା: ଅନ୍ଧ ବିଶ୍ୱାସ ପାଇଁ ଗଲା ଜୀବନ । ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ ମାରିଦେଲେ ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡ଼ା ଗାଁରେ ଗୁଣି ସନ୍ଦେହରେ ଗ୍ରାମବାସୀ ଜଣଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁସାରେ ଗାଁର ଦଇ ମାଝୀ ନିଜ ପରିବାର ସହ ରାତିରେ ଘରେ ଶୋଇଥିଲେ । ଅଧରାତିରେ ଗାଁର କିଛି ଲୋକ ଗୁଣି ଗାରେଡ଼ି କରି ଦଇ ମାଝୀ ଲୋକଙ୍କୁ ମାରି ଦେଉଥିବା କହି ପାଟିତୁଣ୍ଡ କରିଥିଲେ ।

ପରେ ଉତ୍ୟକ୍ତ ଗ୍ରାମବାସୀ ଦଇ ମାଝୀଙ୍କ ସହ ତାଙ୍କ ଦୁଇ ପୁଅକୁ ବାନ୍ଧି ନିର୍ଦ୍ଧୁମ ମାଡ଼ ମାରିଥିଲେ । କୌଶଳ କ୍ରମେ ଖସି ଖସି ପଳାଇଥିଲେ ଦଇଙ୍କ ଦୁଇ ପୁଅ ଦୂର୍ଯ୍ୟ ଓ ଲାଲୁ । କିନ୍ତୁ ଗ୍ରାମବାସୀଙ୍କ ମାଡ଼ରେ ଦଇ ମାଝୀଙ୍କ ମୃତ୍ୟୁ ହୋଇଛି । ପିଟିପିଟି ଗ୍ରାମବାସୀ ଦଇ ମାଝୀଙ୍କୁ ମାରି ଦେଇଥିବା ଅଭିଯୋଗ କରିଛନ୍ତି ଦୁଇ ପୁଅ । ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ କରୁଛି । ଗୁରୁତର ଆହତ ୨ ପୁଅଙ୍କୁ ସ୍ଥାନୀୟ ଟିକିରି ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.