Latest Odisha News

BREAKING NEWS

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାରଙ୍କ ଘରେ ସିବିଆଇ ରେଡ୍

ବେଙ୍ଗାଳୁରୁ: କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ. ଶିବକୁମାରଙ୍କ ଘରେ ସିବିଆଇର ରେଡ୍ । ଆଜି ସକାଳୁ ସକାଳୁ ସିବିଆଇ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛି । ଏକକାଳୀନ ବେଙ୍ଗାଳୁରୁ, ମୁମ୍ୱାଇ ସମେତ ୧୫ଟି ସ୍ଥାନରେ ରେଡ୍ କରାଯାଉଛି ।

ବେଙ୍ଗାଳୁରୁରେ ବିଭିନ୍ନ ସ୍ଥାନରେ ଥିବା ଘରେ ସିବିଆଇ ଟିମ୍ ଖୋଳତାଡ କରୁଛନ୍ତି । ଶିବକୁମାରଙ୍କ ଭାଇ ତଥା ସାଂସଦ ଡି.କେ ସୁରେଶଙ୍କ ଘରେ ବି ରେଡ୍ କରିଛି ସିବିଆଇ ଟିମ୍ । ଡି.କେ ଶିବକୁମାରଙ୍କ ନାଁରେ ରହିଛି ଦୁର୍ନୀତି ମାମଲା । ଟିକସ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିଲା ପ୍ରଦର୍ଶନ ନିର୍ଦ୍ଦେଶାଳୟ ।

ସେତେବେଳେ ଇଡି ହାତରେ କିଛି ସୂରାକ ମିଳିଥିଲା । ଗତବର୍ଷ ତଥ୍ୟକୁ ସିବିଆଇକୁ ହସ୍ତାନ୍ତର କରିଥିଲା ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଇଥିବା ତଥ୍ୟ ପ୍ରମାଣ ଆଧାରରେ ଆଜି ସିବିଆଇ ଟିମ୍ ବରିଷ୍ଠ କଂଗ୍ରେସ ନେତା ଡି.କେ ଶିବକୁମାରଙ୍କ ଘରେ ରେଡ୍ କରିଛି ।

Leave A Reply

Your email address will not be published.