Latest Odisha News

BREAKING NEWS

ବ୍ଲାକରୋଜ୍ ଜାହାଜ ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ

କଟକ: ପୁଣି ଚର୍ଚ୍ଚାରେ ବ୍ଲାକରୋଜ ଜାହାଜ ବୁଡିବା ଘଟଣା । ଏହି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ । ଏନେଇ ଆଜି କୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ ।

ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ଥର ଅନୁରୋଧ କରାଯାଇଥିବା ସତ୍ତ୍ୱେ ରାଜ୍ୟ ସରକାର ଅନୁମତି ଦେଇ ନ ଥିବା ସିବିଆଇ ନିଜ ସତ୍ୟପାଠରେ ଦର୍ଶାଇଛି । ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏନେଇ ହାଇକୋର୍ଟ କ’ଣ ରାୟ ପ୍ରକାଶ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ୨୩,୮୪୭ ମେଟ୍ରିକ୍ ଟନ୍‌ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍‌ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିଲା ଏମ୍. ଭି. ବ୍ଲାକ୍ ରୋଜ୍ ଜାହାଜ । ଭାରସାମ୍ୟ ହରାଇ ପାରାଦୀପ ସମୁଦ୍ର ଉପକୂଳରୁ ୫ କିଲୋମିଟର ଦୂରରେ ସମୁଦ୍ର ପତନରେ ବୁଡ଼ି ଯାଇଥିଲା ଜାହଜଟି । ଏଥିରେ ଜାହାଜର ଜଣେ ଯନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।

ସୂଚନାଯୋଗ୍ୟ, ବ୍ଲାକରୋଜ୍ ଜାହାଜ ବୁଡିବା ଘଟଣାର ତଦନ୍ତ ପାଇଁ ସିବିଆଇ ରାଜ୍ୟ ସରକାରଙ୍କ ନୋ ଅବଜେକ୍ସନ୍ ବା ଏନଓସି ପାଇଁ ଅନୁରୋଧ କରିଥିଲେ । କିନ୍ତୁ ରାଜ୍ୟ ସରକାର ଏହା ଦେଉନଥିବା ଅଭିଯୋଗରେ ଆବେଦନକାରୀ ପ୍ରଦୀପ ପ୍ରଧାନ ଏହି ମାମଲା ଦାୟର କରିଛନ୍ତି । ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ । ଏହାକୁ ନେଇ ନିଜ ଆୟର ଉତ୍ସ, ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୋଡ଼ିଥିଲେ ହାଇକୋର୍ଟ ।

Leave A Reply

Your email address will not be published.