ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଯୋଗୀ ସରକାର ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବା ଡିଓପିଟିର ବିଜ୍ଞାପ୍ତି ପରେ ହାଥରସ ମାମଲାକୁ ନିଜ ହାତକୁ ନେଇଛି ସିବିଆଇ ।
ଖୁବଶୀଘ୍ର ସିବିଆଇ ହାଥରସ ମାମଲାର ତଦନ୍ତ ଆରମ୍ଭ କରିବ । ଏବେ ଏସଆଇଟି ତଦନ୍ତ କରୁଛି । ରିପୋର୍ଟ ଦାଖଲ କରିବା ପାଇଁ ଯୋଗୀ ସରକାର ଏସଆଇଟିକୁ ୧୦ ଦିନ ସମୟ ଦେଇଛନ୍ତି ।
ଗତ ୩ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।
Comments are closed.