Latest Odisha News

BREAKING NEWS

ବୋର୍ଡ଼ ପରୀକ୍ଷା କେନ୍ଦ୍ର ବଦଳ ନିମନ୍ତେ ସିବିଏସଇ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଏକ ନୂଆ ଗାଇଡ଼ ଲାଇନ୍ ଜାରି କରାଯାଇଛି । କୋଭିଡ୍ -୧୯ ମହାମାରୀ ଯୋଗୁଁ ଛାତ୍ରଛାତ୍ରୀମାନେ ନିଜ ଘରୋଇ ଜିଲ୍ଲାଗୁଡ଼ିକରେ ଥିବା ପରୀକ୍ଷା କେନ୍ଦ୍ରରେ ମଧ୍ୟ ପରୀକ୍ଷା ଦେଇପାରିବେ ବୋଲି ଏହି ନୂଆ ଗାଇଡ଼ ଲାଇନରେ ଉଲ୍ଲେଖ ରହିଛି ।

ଅଧିକ ପଢନ୍ତୁ – ସ୍ଥଳଭାଗ ମୁଁହା ‘ନିସର୍ଗ’ : ଆଜି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ ସମ୍ଭାବନା

“ସ୍କୁଲ ଯେଉଁଠାରେ ଥାଉ ମାତ୍ର ଛାତ୍ରଛାତ୍ରୀ ଚାହିଁଲେ ନିଜ ପରୀକ୍ଷା କେନ୍ଦ୍ର ଗୁଡ଼ିକ ସିବିଏସଇ ପକ୍ଷରୁ ସ୍ଥିରୀକୃତ ହୋଇଥିବା ଅଥବା ନିଜ ଘରୋଇ ଜିଲ୍ଲାରେ ଥିବା ସିବିଏସଇ କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ,” ବୋର୍ଡ଼ ପକ୍ଷରୁ ଏହା ମଙ୍ଗଳବାର ଦିନ ସୂଚନା ପ୍ରଦାନ କରାଯାଇଛି ।

ନୂଆ ଗାଇଡ଼ ଲାଇନ୍ ଅନୁଯାୟୀ, ପ୍ରତ୍ୟେକ ଜିଲ୍ଲାରେ ସିବିଏସଇ ପକ୍ଷରୁ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଏହାବ୍ୟତୀତ, ଗୋଟିଏ ସ୍କୁଲ ନୋଡ଼ାଲ୍ ସ୍କୁଲ ରୂପେ ପରିଗଣିତ ହେଉଛି ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ ଜିଲ୍ଲାକୁ ସ୍ଥାନାନ୍ତରିତ ହୋଇଛନ୍ତି ସେମାନେ ଏହି କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ।

ତେବେ ଗୋଟିଏ ଜିଲ୍ଲା ମଧ୍ୟରେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ହୋଇପାରିବ ନାହିଁ ।

ଏପରିକି ନୂଆ ଗାଇଡ଼ ଲାଇନ୍ ଅନୁଯାୟୀ, ଘୋଷିତ ହୋଇଥିବା ଏକ କଣ୍ଟେନ୍‌ମେଣ୍ଟ୍ ଜୋନରେ ପରୀକ୍ଷା କେନ୍ଦ୍ର ହୋଇପାରିବ ନାହିଁ । ଯେଉଁ କେନ୍ଦ୍ର ଗୁଡ଼ିକ ଏହିହ ଜୋନରେ ରହିଛି ତାହା ପରିବର୍ତ୍ତନ ହେବ ।

Leave A Reply

Your email address will not be published.