Latest Odisha News

BREAKING NEWS

ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ଘୋଷଣା କରିଛି। ଯାହା ସହିତ ସାମଗ୍ରିକ ପାସ୍ ହାର ଗତ ବର୍ଷର ୮୮.୩୯ ପ୍ରତିଶତ ତୁଳନାରେ ୮୫.୨୦ ପ୍ରତିଶତକୁ ହ୍ରାସ ପାଇଛି।

ବୁଧବାର ପ୍ରକାଶିତ ରେଜଲ୍ଟ ଅନୁଯାୟୀ ଭୁବନେଶ୍ୱର ଅଞ୍ଚଳରେ ପାସ୍ ହାର ୮୧.୭୧ ପ୍ରତିଶତ ରେକର୍ଡ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୬ରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୧୭,୮୦,୩୬୫ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୭,୬୮,୯୬୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପ୍ରାର୍ଥୀଙ୍କ ମଧ୍ୟରେ ୧୫,୦୭,୧୦୯ ଜଣ ଛାତ୍ରଛାତ୍ରୀ ପାସ୍ ହୋଇଥିବା ଘୋଷଣା କରାଯାଇଛି।

ଚଳିତ ବର୍ଷ ପରୀକ୍ଷାରେ ପୁଅମାନଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୮୮.୮୬ ପ୍ରତିଶତ ରହିଛି। ପୁଅମାନଙ୍କ ତୁଳନାରେ ପାସ୍ ହାର ୮୨.୧୩ ପ୍ରତିଶତ – ଯାହା ୬.୭୩ ପ୍ରତିଶତ ପଏଣ୍ଟର ବ୍ୟବଧାନ। ଚଳିତ ବର୍ଷ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ CBSE ଶ୍ରେଣୀ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିଲେ। ଯାହା ଦେଶର ହଜାର ହଜାର କେନ୍ଦ୍ରରେ ଫେବୃଆରୀ ଏବଂ ଏପ୍ରିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଛାତ୍ରଛାତ୍ରୀ ମାନେ ଏହି ଫଳାଫଳ CBSE ସରକାରୀ ୱେବସାଇଟ୍⁠ ସମେତ ସରକାରୀ CBSE ପୋର୍ଟାଲରେ ପାଇପାରିବେ।

Comments are closed.