ନୂଆଦିଲ୍ଲୀ: କରୋନା ଜନିତ ଲକ୍ଡାଉନ ଯୋଗୁଁ ନିଜ ଗୃହ ଜିଲ୍ଲାରେ ରହି ଯାଇଥିବା ସିବିଏସ୍ସି ଛାତ୍ରଛାତ୍ରୀ ବର୍ତ୍ତମାନ ନିଜ ଘରେ ବସି ବୋର୍ଡ ପରୀକ୍ଷା ଦେଇପାରିବା ବିଷୟ ପ୍ରକାଶ କରିଛନ୍ତି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ।
ଅଧିକ ପଢନ୍ତୁ: ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ଶିକ୍ଷାନୁଷ୍ଠାନ
କୋଭିଡ-୧୯ ମହାମାରୀ ଯୋଗୁ ହଜାର ହଜାର ଛାତ୍ରଛାତ୍ରୀ ନିଜ ନିଜ ଗୃହଜିଲ୍ଲା କୁ ପ୍ରତ୍ୟାବର୍ତ୍ତନ କରିଥିବା ଓ ତତ୍ ଜନିତ ସୃଷ୍ଟି ହୋଇଥିବା ପରୀକ୍ଷା ପରିଚାଳନା ର ସମସ୍ୟା ର ସମାଧାନ ପାଇଁ ସିବିଏସ୍ସି ବୋର୍ଡ ଏଭଳି ନିଷ୍ପତି ନେଇଥିବା କଥା ସେ ଟ୍ୱିଟରରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି ।
ଏହି ସଂକ୍ରାନ୍ତରେ ଜୁନ ପ୍ରଥମ ସପ୍ତାହରେ ସୂଚନା ଆସିବ ଓ ଛାତ୍ରଛାତ୍ରୀ ମାନେ କେବଳ ନିଜ ଅବସ୍ଥିତି ତଥା ସ୍ଥାନ ବଦଳି ନେଇ ଆବେଦନ କରିପାରିବେ ବୋଲି ବୋର୍ଡ ସମ୍ପାଦକ ଅନୁରାଗ ତ୍ରିପାଠୀ ଟାଇମସ୍ ଅଫ ଇଣ୍ଡିଆ କୁ ସୂଚନା ଦେଇଛନ୍ତି ।
Comments are closed.