ଭୁବନେଶ୍ୱର: ଖୋର୍ଦ୍ଧା ରାମେଶ୍ୱରରୁ ଯାଜପୁର ଜିଲ୍ଲା ପାଣିକୋଇଲି ଯାଏ ଜାତୀୟ ରାଜପଥରେ ଲାଗିବ ସିସିଟିଭି । ପ୍ରତି ୪ରୁ ୫ କିଲୋମିଟରରେ ସିସିଟିଭି ଲାଗିବା ନେଇ ଟେଣ୍ଡର ସରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା । ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସିସିଟିଭି ଜରିଆରେ ଧରି ସାବାଡ କରାଯିବ ।
ଏହାଦ୍ୱାରା ଦ୍ରୁତ ଗତିରେ ଗାଡ଼ି ଚାଳନା, ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ । ପବ୍ଲିକ ସର୍ଭିସ ଯାନରେ ଜିପିଏସ୍ ବାଧ୍ୟତାମୂଳକ ନିୟମ ଅଛି । ନିୟମ କଡ଼ାକଡ଼ି କରିବାକୁ ଭେଇକିଲ୍ ଲୋକେସନ୍ ଟ୍ରାକିଙ୍ଗ ସିଷ୍ଟମ ଲାଗୁ ହେବ ।
ଗାଡ଼ିର ଲୋକେସନ୍ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ । ଏଥିପାଇଁ ୧୫ କୋଟି ଖର୍ଚ୍ଚ ହେବ ବୋଲି ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି । ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ।
Comments are closed.