Latest Odisha News

BREAKING NEWS

ପୁଣି ଅସ୍ତ୍ରବିରତି ପାକିସ୍ତାନ ଭାଙ୍ଗିଲା: ୨ ଯବାନ ସହିଦ, ୪ ଆହତ

ଜମ୍ମୁ/କାଶ୍ମୀର: ପୁଣି ଅସ୍ତ୍ରବିରତି ଉଲଘଂନ କଲା ପାକିସ୍ତାନ । ଗୁରୁବାର ଦିନ ଜାମ୍ମୁ କାଶ୍ମୀର ନାଉଗାମ ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ପ୍ରଥମେ ଗୁଳି ଚଳାଯାଇଥିବା ଅଧିକାରୀ କହିଛନ୍ତି ।

ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚାରିଜଣ ଆହତ ହୋଇଥିବା ଜଣାପଡିଛି ।

ଶ୍ରୀନଗର ସ୍ଥିତ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଳିଆ କହିଛନ୍ତି ଯେ ପାକିସ୍ତାନ ଗୁରୁବାର ସକାଳେ କୁପୱାରାର ନାଉଗାମ ସେକ୍ଟରରେ ଥିବା ଏଲଓସିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ସେ କହିଛନ୍ତି ଯେ ସୀମା ଆରପାରିରୁ ଗୁଳି ବିନିମୟରେ ୨ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ଗୁଳି ବିନିମୟରେ ଉପଯୁକ୍ତ ପ୍ରତିକ୍ରିୟା ଦିଆଯାଉଥିବା ବେଳେ ଆହତ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଉଥିବା ସେ କହିଛନ୍ତି।

Comments are closed.