ନୂଆଦିଲ୍ଲୀ: ଭାରତରେ ଆସନ୍ତା ୨୦୨୧ ଜନଗଣନା କାଗଜ କଲମ ବଦଳରେ ମୋବାଇଲ୍ ଆପ ଦ୍ୱାରା ଅନୁଷ୍ଠିତ ହେବ ।
ଦିଲ୍ଲୀ ଜନଗଣନା ଭବନରେ ଏକ କାର୍ଯ୍ୟକ୍ରମ ଅବସରରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ କାଗଜ କଲମକୁ ଛାଡି ଡିଜିଟାଲ ଜନଗଣନା କରିବାର ସମୟ ଆସିଯାଇଛି । ଏପରିକି ଜନଗଣନା ଯେତିକି ସୁଦ୍ଧ ହେବ ଦେଶର ଅର୍ଥତନ୍ତ୍ର ସେତିକି ମଜଭୁତ ହୋଇପାରିବ ।
ଜନଗଣନା କରୁଥିବା ସରକାରୀ କର୍ମଚାରୀମାନେ ଏଥର ସୂଚନା ପ୍ରଯୁକ୍ତି କୌଶଳରେ ବ୍ୟାପକ ପ୍ରୟୋଗ କରିବେ ।
ସ୍ମାର୍ଟଫୋନ୍ ଯୁଗକୁ ଦୃଷ୍ଟିରେ ରଖି ଏଥର ଜନଗଣନା କାଗଜ କଲମ ବଦଳରେ ମୋବାଇଲ୍ ଆପର ବ୍ୟବହାର କରାଯିବ ।
ଭାରତରେ ପ୍ରତି ଦଶବର୍ଷରେ ଥରେ ଜନଗଣନା କରାଯାଉଥିବା ବେଳେ ଶେଷଥର ୨୦୧୧ ମସିହାରେ ଏହି ଜନଗଣନା କରାଯାଇଥିଲା ।
Comments are closed.