Latest Odisha News

BREAKING NEWS

କେ. କବିତାଙ୍କୁ ଝଟକା, ଏପ୍ରିଲ୍ ୨୩ ଯାଏଁ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କ ସମସ୍ୟା ବଢିବାରେ ଲାଗିଛି । ଏହି ମାମଲାରେ ଆଜି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତ୍ରୀ କେ. କବିତାଙ୍କୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ନ୍ୟାୟିକ ହେପାଜତକୁ ପଠାଯିବା ପୂର୍ବରୁ କୋର୍ଟରେ କବିତା କହିଛନ୍ତି,’ଏହା ସିବିଆଇ ହେପାଜତ ନୁହେଁ, ଏହା ହେଉଛି ବିଜେପି ହେପାଜତ । ସିବିଆଇ ଦ୍ୱାରା ସମାନ ପ୍ରଶ୍ନ ବାରମ୍ବାର ପଚରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି’ ।

ତେବେ ସିବିଆଇ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅଙ୍କୁ ଏପ୍ରିଲ ୬ ରେ ତିହାର ଜେଲରେ ହାଜର କରିଥିଲା । ସେଠାରେ କବିତାଙ୍କୁ ମଧ୍ୟ ଅନେକ ପ୍ରଶ୍ନ ଗୁଡାଇ ତୁଡାଇ ପଚରା ଯାଇଥିଲା, ପରେ ତାଙ୍କୁ ଏପ୍ରିଲ ୧୧ ତାରିଖରେ ଗିରଫ କରାଯାଇଥିଲା ।

Leave A Reply

Your email address will not be published.