ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ କଠୋର ହେଲେ କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଆବଶ୍ୟକ ପଡିଲେ କଫ୍ୟୁ ଜାରି କରିବା ପାଇଁ ଦେଲେ ନିର୍ଦ୍ଦେଶ । ନିୟମ କଡାକଡି ହେଲେ ମଧ୍ୟ ଲୋକେ ମାନୁନାହାନ୍ତି । ଏଣେତେଣ ବୁଲୁଛନ୍ତି । କଟକଣାକୁ ଖାତିର କରୁନାହାନ୍ତି । ଏଥିପାଇଁ ଲୋକଙ୍କୁ ଘର ଭିତରେ ରଖିବା ଲାଗି ଏଭଳି କଡା ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।
ଲକ୍ ଡାଉନକୁ କଡାକଡି ଭାବେ ପାଳନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ନିୟମ ମାନୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟଗୁଡିକୁ କେନ୍ଦ୍ର ସରକାର କହିଛନ୍ତି । ନିଜ ଓ ନିଜ ପରିବାରର ସୁରକ୍ଷା ପାଇଁ ସରକାରଙ୍କ କଟକଣା ଓ ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ନେବାକୁ ଅନୁରୋଧ କରିଛନ୍ତି ମୋଦୀ ।
ସେହିପରି ମହାରାଷ୍ଟ୍ର ସରକାର ରାଜ୍ୟବ୍ୟାପୀ କର୍ଫ୍ୟୁ ଘୋଷଣା କରିଛନ୍ତି । ସବୁ ଜିଲ୍ଲାର ସୀମାକୁ ସିଲ୍ କରାଯାଇଛି । ଜିଲ୍ଲା-ଜିଲ୍ଲା ମଧ୍ୟରେ ପରିବହନ ବ୍ୟବସ୍ଥାରେ କଟକଣା ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ପଂଜାବରେ ମଧ୍ୟ କର୍ଫ୍ୟୁ ଘୋଷଣା କରାଯାଇଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.