Latest Odisha News

BREAKING NEWS

ଓଡିଶାରେ ଲକଡାଉନ; ଖୋଲା ରହିବ ଏହିସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ

ଭୁବନେଶ୍ୱର: କରୋନାଭାଇରସ ବିସ୍ତାରକୁ ରୋକିବା ଲାଗି ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ଓଡ଼ିଶା ସରକାର ଗାଡି ବ୍ୟବହାର ନକରିବା ଲାଗି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ପରିବାରର ଜଣେ ସଦସ୍ୟ ଆବଶ୍ୟକସ୍ଥଳେ ସଉଦା ପାଇଁ ଦୋକାନ ଯାଆନ୍ତୁ।

ଆସନ୍ତା ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାକୁ ଲକଡାଉନ କରାଯାଇଥିବା ବେଳେ ଏହି ସମୟରେ ଔଷଧ, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ (ଫଳ, କ୍ଷୀର, ରୁଟି, ବିସ୍କୁଟ, ବେକେରୀ, ଖାଦ୍ୟ ସାମଗ୍ରୀ, ପନିପରିବା, ମାଛ, ମାଂସ) ଆଦି ଖୋଲା ରହିବ ।

ଆହୁରି ମଧ୍ୟ ଲକଡାଉନ ସମୟରେ ଦୁଗ୍ଧ ବୁଥ୍ ଗୁଡିକ ଖୋଲା ରହିବାକୁ ଥିବାବେଳେ ସେମାନଙ୍କୁ ପାନ, ଗୁଟଖା ଏବଂ ଚା ବିକ୍ରି କରିବାକୁ ବାରଣ କରାଯାଇଛି।

ଏହାବ୍ୟତିତ ଡାକ୍ତରଖାନା, କ୍ଲିନିକ୍ ଏବଂ ପାଥୋ ଲ୍ୟାବ ମଧ୍ୟ ଖୋଲା ରହିବାକୁ ଥିବାବେଳେ ପୋଲିସ୍, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଜଳ ଯୋଗାଣ, ମ୍ୟୁନିସିପାଲିଟି ସେବା ଏବଂ ଏଜେନ୍ସିଗୁଡ଼ିକ କୋଭିଡ-୧୯ ଡ୍ୟୁଟିରେ ନିୟୋଜିତ ରହିବେ। ଏହି ସମୟ ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟ ଖୋଲା ରହିବ।

ଆହୁରି ମଧ୍ୟ ବ୍ୟାଙ୍କଗୁଡିକରେ ୧୦ ପ୍ରତିଶତ କର୍ମଚାରୀ କାର‌୍ୟ୍ୟ କରିବାକୁ ଏବଂ ଏଟିଏମରେ ପର୍ଯ୍ୟନ୍ତ ପରିମାଣର ନଗଦ ବଜାୟ ରଖିବାକୁ ମଧ୍ୟ କୁହାଯାଇଛି।

Leave A Reply

Your email address will not be published.