Latest Odisha News

BREAKING NEWS

କରୋନା ଆତଙ୍କ: ଇରାନରୁ ଫେରିବେ ୪୦୦ ଭାରତୀୟ !

ନୂଆଦିଲ୍ଲୀ: ଦୁଇଟି ବ୍ୟାଚରେ ଭାରତ ଫେରିବେ ୪୦୦ ଭାରତୀୟ ନାଗରିକ । ଆଜି ଓ ମାର୍ଚ୍ଚ ୨୮ରେ ଇରାନ୍‌ରେ ଅଟକି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବ ଭାରତ । ଇରାନରେ ଫସିରହିଥିବା ୪୦୦ ଭାରତୀୟ ଉହାନ୍ ଏୟାରଲାଇନ୍ସରେ ନିଜ ଦେଶକୁ ଫେରିବେ । କରୋନାଭାଇରସ୍ ମହାମାରୀ ଆରମ୍ଭ ହେବାଠୁ ଏହି ଭାରତୀୟମାନେ ପଶ୍ଚିମ ଏସୀୟ ଦେଶରେ ଫସି ରହିଛନ୍ତି ।

ଏ ପର୍ଯ୍ୟନ୍ତ ଭାରତ ୩୮୯ ଜଣ ଭାରତୀୟଙ୍କୁ ୪ଟି ବ୍ୟାଚ୍‌ରେ ଇରାନ୍‌ରୁ ଭାରତକୁ ଫେରାଇଆଣିଛି । ମାର୍ଚ୍ଚ ୧୬, ଲାଷ୍ଟ ବ୍ୟାଚ୍‌ରେ ୫୨ଜଣ ଛାତ୍ର ଓ ଶିକ୍ଷକ ଭାରତ ଫେରିଥିଲେ ।

ଭାରତ ସରକାର ଏ ପର୍ଯ୍ୟନ୍ତ ଚାଇନା, ଜାପାନ, ଇରାନ୍ ଓ ଇଟାଲୀରୁ ୧୫୦୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିସାରିଛି । ଚାଇନାର ଉହାନ୍‌ରୁ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲାବେଳେ ସର୍ବମୋଟ୍ ୭୦୦ ନାଗରିକ ସେଠୁ ଉଦ୍ଧାର ହୋଇଥିଲେ ।

ତେବେ ଖାଲି ଭାରତୀୟ ନୁହେଁ ବରଂ ନେପାଳ, ବଙ୍ଗଳାଦେଶ, ଶ୍ରୀଲଙ୍କା ଓ ମାଳଦ୍ୱୀପ ଭଳି ଦେଶର ୪୮ଜଣ ନାଗରିକଙ୍କୁ ମଧ୍ୟ ଭାରତ ବିଭିନ୍ନ ରେସ୍କ୍ୟୁ ମିଶନରେ ଉଦ୍ଧାର କରିଥିଲା ।

Leave A Reply

Your email address will not be published.