Latest Odisha News

BREAKING NEWS

କରୋନାକୁ ନେଇ କେନ୍ଦ୍ରର ଚେତାବନୀ; ସଂକଟ ବଢ଼ାଇବ ଆତ୍ମସନ୍ତୋଷ

ନୂଆଦିଲ୍ଲୀ: କରୋନା କମୁଛି ହେଲେ ହଟିନାହିଁ। ତେଣୁ ଆତ୍ମହରା ହୋଇ ନିୟନ୍ତ୍ରଣ ହରାଇଲେ ସଂକଟ ବଢ଼ିବ ବୋଲି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଚେତାବନୀ ଦେଇଛନ୍ତି। କୋଭିଡ୍ ନିୟମ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଟେଷ୍ଟ- ଟ୍ରାକ୍ ଓ ଟ୍ରିଟମେଣ୍ଟ ନୀତିରେ ଯେମିତି କିଛି ଅବହେଳା ନୁହେଁ। କରୋନା ରୋଗୀଙ୍କୁ ଚିହ୍ନଟ କରିବାଠାରୁ ଆରମ୍ଭ  କରି ସେମାନଙ୍କ ଚିକିତ୍ସା ପର୍ଯ୍ୟନ୍ତ ସବୁ ପୂର୍ବଭଳି ଜାରୀ ରହିବା ଜରୁରୀ। ଯଦି କୌଣସି କାରଣରୁ ପୁଣି କୋଭିଡ୍ ମାମଲା ବଢୁଛି ତେବେ ତାକୁ ଗୁରୁତ୍ୱର ସହ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ସପ୍ତାହରୁ ରାଜ୍ୟଗୁଡ଼ିକ କରୋନା କଟକଣା କୋହଳ କରିବା ଆରମ୍ଭ କରିଛନ୍ତି। ଜୀବିକାର ସୁରକ୍ଷା ପାଇଁ ନୀତିନିୟମରେ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ବଜାରରେ ପୁଣି ଅସ୍ୱାଭାବିକ ଭାବେ ଭିଡ଼ ବଢୁଥିବାରୁ ଦିଲ୍ଲୀ ହାଇକୋର୍ଟ ଗତକାଲି କେନ୍ଦ୍ରକୁ ଚେତାବନୀ ଦେଇଥିଲେ। ଏହି କ୍ରମରେ କେନ୍ଦ୍ର ଗୃହ ସଚିବ ଆଜି ଚିଠିଲେଖି ରାଜ୍ୟଗୁଡ଼ିକୁ ସତର୍କ କରାଇଦେଇଛନ୍ତି।

Leave A Reply

Your email address will not be published.