Latest Odisha News

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ ୨୦୧ କୋଟି ଦେବେ କେନ୍ଦ୍ର ସରକାର

ଭୁବନେଶ୍ବର: ରାଜ୍ୟରେ ଅଗ୍ନିଶମ ସେବାର ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ଦେବେ ୨୦୧.୧୦କୋଟି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ମୋଟ ୭୨୫.୬୨କୋଟି ଟଙ୍କା ଅନୁମୋଦନ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟୟର ସଠିକ ମୁକାବିଲା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାର ‘ରାଜ୍ୟଗୁଡ଼ିକରେ ଅଗ୍ନିଶମ ସେବାର ସମ୍ପ୍ରସାରଣ ଓ ଆଧୁନିକୀକରଣ’ ଯୋଜନାରେ ଏନଡିଆରଏଫ ଅଧୀନରେ ୫ହଜାର କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଭାରତରେ ବିପର୍ଯ୍ୟୟ ବିପତ୍ତି ହ୍ରାସ ପ୍ରଣାଳୀକୁ ସୁଦୃଢ଼ କରିବା ଓ ବିପର୍ଯ୍ୟୟବେଳେ ଧନଜୀବନ ହାନିକୁ ହ୍ରାସ ନିମନ୍ତେ ମଧ୍ୟ ମନ୍ତ୍ରଣାଳୟ ପଦକ୍ଷେପ ନେଇଛନ୍ତି ।

ଅଗ୍ନିଶମ ସେବାର ଆଧୁନିକୀକରଣ ଓ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୨୦୧.୧୦କୋଟି,  ଛତିଶଗଡ଼କୁ ୧୪୭.୭୬କୋଟି ଓ ପଶ୍ଚିମବଙ୍ଗକୁ ୩୭୬.୭୬କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ କେନ୍ଦ୍ର ସରକାର ୧୫ ରାଜ୍ୟ ପାଇଁ ୨୫୪୨.୧୨କୋଟି ଟଙ୍କା ମଞ୍ଜୁର କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚଳିତବର୍ଷ ଏସଡିଆରଏଫରୁ ୨୬ଟି ରାଜ୍ୟକୁ ୧୪,୮୭୮.୪୦ କୋଟି ଟଙ୍କା ଓ ଏନଡିଆରଏଫରୁ ୧୫ଟି ରାଜ୍ୟକୁ ୪୬୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

Comments are closed.