Latest Odisha News

BREAKING NEWS

ଜୁନ୍ ୨୦ରୁ ଦିଲ୍ଲୀରେ ପ୍ରତିଦିନ ହେବ ୧୮୦୦୦ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ଉଗ୍ର ହେଉଛି କରୋନା । ଏଠାରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେବେ ଦିଲ୍ଲୀରେ କରୋନା ମୁକାବିଲା ପାଇଁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି । ଜୁନ ୨୦ରୁ  ଦିଲ୍ଲୀରେ ପ୍ରତିଦିନ ୧୮ ହଜାର କରୋଟା ଟେଷ୍ଟ କରାଯିବ। ଦିଲ୍ଲୀରେ କରୋନା ଟେଷ୍ଟିଂ ଦାମରେ ୫୦ ପ୍ରତିଶତ ହ୍ରାସ କରିବା ଦାବିକୁ କେନ୍ଦ୍ର ଗୃହ ମନ୍ତ୍ରୀ ସ୍ଵୀକାର କରିଛନ୍ତି।

ଆପ୍ ନେତା ସଞ୍ଜୟ ସିଂହ କହିଛନ୍ତି, କରୋନା ମୁକାବିଲାରେ ରାଜନୀତିକୁ ଅଲଗା ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା କରାଯାଇଛି। ଆଦେଶ ଗୁପ୍ତା କହିଛନ୍ତି କେନ୍ଦ୍ରୀୟ ଟିମ୍‌ ଘରୋଇ ହସ୍ପିଟାଲରେ ଶୁଳ୍କ ଉପରେ ସୀମା ସ୍ଥିର କରିବାକୁ ନେଇ ରିପୋର୍ଟ ଦେବେ ଯାହା ଅନୁଯାୟୀ ମନଇଚ୍ଛା ଶୁଳ୍କ ନେବା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.