Latest Odisha News

BREAKING NEWS

ରାତି ୧୦ଟା ସୁଦ୍ଧା କେଉଁସବୁ ଜିଲ୍ଲାରେ ହେବ ବର୍ଷା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନାନୁଯାୟୀ ସୋମବାର ରାତି ୧୦ଟା ସୁଦ୍ଧା ରାଜ୍ୟର କିଛି ଜିଲ୍ଲାରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବୃଷ୍ଟିପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ରର ସଦ୍ୟତମ ସତର୍କ ସୂଚନାନୁଯାୟୀ ରାଜ୍ୟର ଯେଉଁସବୁ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବ ସେହିସବୁ ଜିଲ୍ଲାଗୁଡ଼ିକ ହେଲା – ଖୋର୍ଦ୍ଧା (ଭୁବନେଶ୍ୱର ସମେତ) , କଟକ (କଟକ ସହର ସମେତ), ଗଞ୍ଜାମ, ଗଜପତି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, ସୋନପୁର, କୋରାପୁଟ, ରାୟଗଡ଼ା, ସମ୍ବଲପୁର, ଦେଓଗଡ଼, ଢେଙ୍କାନାଳ, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଏବଂ କଳାହାଣ୍ଡି ଜିଲ୍ଲା ।

Leave A Reply

Your email address will not be published.