Latest Odisha News

BREAKING NEWS

ସରକାରୀ କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର; ବଢିବ ମହଙ୍ଗା ଭତ୍ତା

ନୂଆଦଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ବଢ଼ାଇବେ କେନ୍ଦ୍ର ସରକାର। ବର୍ତ୍ତମାନ ଥିବା ୩୮ ପ୍ରତିଶତରୁ ମହଙ୍ଗା ଭତ୍ତା ୪୨ ପ୍ରତିଶତକୁ ବଢ଼ିବ। ଅର୍ଥାତ ହିସାବ ଅନୁସାରେ ୪ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ାଇବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜାତୀୟ ଗଣାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ସୂଚନା ଥାଉକି ମହଙ୍ଗା ଭତ୍ତା ଅର୍ଥାତ ଡିୟରନେସ ଆଲାଉନ୍ସ, ଡିୟରନେସ ରିଲିଫ୍ ଅର୍ଥାତ ମହଙ୍ଗା ରିଲିଫ୍‌କୁ ପ୍ରତିବର୍ଷ ପ୍ରଥମ ଜାନୁଆରୀ ଓ ପ୍ରଥମ ଜୁଲାଇରେ ବଢ଼ାଯାଇଥାଏ। ବର୍ତ୍ତମାନ ମହଙ୍ଗା ଭତ୍ତାରେ ସରକାର ୪ ପ୍ରତିଶତ ବୃଦ୍ଧି କରିପାରନ୍ତି ବୋଲି ଖବର ପ୍ରକାଶ ପାଇଛି। ୨୦୨୩ ଜାନୁଆରୀ ପହିଲାରୁ ଏହା ଲାଗୁ ହେବ ବୋଲି କୁହାଯାଉଛି।

କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଉପଭୋକ୍ତାଙ୍କ ପାଇଁ ଶ୍ରମ ମନ୍ତ୍ରାଳୟରେ ଅଧୀନରେ ଆସୁଥିବା ଶ୍ରମ ବ୍ୟୁରୋ ଦ୍ୱାରା ପ୍ରତି ମାସରେ ଜାରି ହେଉଥିବା ଉଦ୍ୟୋଗ ଶ୍ରମିଙ୍କ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଂକ(ସିପିଆଇ-ଆଇଡବ୍ଲୁ) ଆଧାରରେ କରାଯାଇଥାଏ।

ଏହି ଆଧରରେ ମହଙ୍ଗା ଭତ୍ତାର ବୃଦ୍ଧି ୪.୨୩ ହେଉଛି। ହେଲେ ସରକାର ଡିଏରେ ଦଶମିକ ହିସାବକୁ ଗ୍ରହଣ କରନ୍ତି ନାହିଁ। ତେଣୁ ଡିଏରେ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ ବୋଲି କୁହାଯାଉଛି। ଯାହା ୩୮ ପ୍ରତିଶତରୁ ବଢ଼ି ୪୨ ପ୍ରତିଶତ ହେଇପାରେ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି।

Leave A Reply

Your email address will not be published.