ଆନନ୍ଦପୁର: ରାସ୍ତାକାମ ତଦାରଖ ପାଇଁ ଆସିଥିଲେ ଅଧିକାରୀ, ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଙ୍ଖିଡି ନିକଟରେ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଜଣେ ଏନ୍କିୟୁଏମ୍ ଅଧିକାରୀ ଗୁହାରଚନ୍ଦ୍ର ପନୱର ବୋଲି ଜଣାପଡିଛି । ରାସ୍ତା କାମ ତଦାରଖ କରି ଫେରୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଆନନ୍ଦପୁର ବ୍ଲକ ବାଙ୍ଖିଡାଠାରୁ ରାଜ୍ୟ ରାଜପଥ ୫୩ ଯାଏଁ ନୂତନ ଭାବେ ଏକ ରାସ୍ତାକାମ ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ଏହି ରାସ୍ତାକୁ ତଦାରଖ ପାଇଁ ଜଣେ ଏନ୍କିୟୁଏମ୍ ଅଧିକାରୀ ଆସିଥିଲେ । ରାସ୍ତାକାମ ତଦାରଖ କରି କେନ୍ଦୁଝର ଫେରିଯାଇଥିଲା । ଆଜି କାର୍ ଯୋଗେ କେନ୍ଦୁଝରରୁ ଭୁବନେଶ୍ୱର ଫେରିବା ରାସ୍ତାରେ ଦୁର୍ଘଟଣା ଘଟିଥିଲା । କାର୍ ଆଗରେ ଯାଉଥିବା ଏକ ଟ୍ରକ ହଠାତ୍ ବ୍ରେକ୍ ମାରିଥିଲା । ଯାହାଫଳରେ କାର୍ଟି ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହୋଇଥିଲା । ଦୁର୍ଘଟଣାରେ କାର୍ ଚାଳକ ଓ ଏନ୍କିୟୁଏମ୍ ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଘଷିପୁରା ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅଧିକାରୀ ଜଣଙ୍କ ଘର ରାଜସ୍ଥାନରେ। ତେବେ ପୋଷ୍ଟ ମର୍ଟମ ପରେ ତାଙ୍କର ମୃତ ଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
Comments are closed.