Latest Odisha News

BREAKING NEWS

ଲାଞ୍ଚ ନେଉଥିଲେ କେନ୍ଦ୍ରୀୟ ଜିଏସ୍‌ଟି ଅଧିକାରୀ, ମାଡି ବସିଲା ସିବିଆଇ

ରାଉରକେଲା: ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଲେ ଜିଏସଟି ଅଧିକାରୀ । ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କେନ୍ଦ୍ରୀୟ ଜିଏସଟି ବରିଷ୍ଠ ଅଧିକାରୀ ଅମର କାନ୍ତ କୁମାର । ସିଭିଲ ଟାଉନ କାର୍ଯ୍ୟାଳୟରେ ଜିଏସଟି ସୁପରିଟେଣ୍ଡେଣ୍ଟଙ୍କୁ ଜେରା କରୁଛି ସିବିଆଇ ।

ସୂଚନା ମୁତାବକ, କୌଣସି କାମରେ ଫାଇଲ କାମ କରିଦେବେ ବୋଲି କହି ଜଣେ ଠିକାଦାର ଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରଚିତ ଯୋଜନା ହିସାବରେ ଛକି ରହିଥିଲା ସିବିଆଇ ଲାଞ୍ଚ ନେବା ସମୟରେ ମାଡିବସିଲା ଜିଏସଟି ଅଧିକାରୀ । ଏନେଇ ସିବିଆଇ କିମ୍ବା ଜିଏସଟି କମିଶନରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

Leave A Reply

Your email address will not be published.