Latest Odisha News

BREAKING NEWS

ଜାତୀୟ ପର୍ଯ୍ୟଟନ ଦିବସ: କମ୍ ମୂଲ୍ୟରେ ବୁଲିପାରିବେ ଭାରତର ଏହି ସମସ୍ତ ସ୍ଥାନ

ଭୁବନେଶ୍ଵର: ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୨୫ ଜାନୁଆରୀରେ ଜାତୀୟ ପର୍ଯ୍ୟଟନ ଦିବସ ପାଳନ କରାଯାଏ | ପର୍ଯ୍ୟଟନ ମାଧ୍ୟମରେ, ଲୋକମାନେ କେବଳ ଭ୍ରମଣର ଅଭିଜ୍ଞତା ପାଆନ୍ତି ନାହିଁ, ବରଂ ଏହା ଅନେକ ଲୋକଙ୍କୁ ଜୀବିକା ମଧ୍ୟ ଯୋଗାଇଥାଏ | ଦେଶର ଜିଡିପି ବୃଦ୍ଧିରେ ପର୍ଯ୍ୟଟନର ମଧ୍ୟ ମହତ୍ଵପୂର୍ଣ ଅବଦାନ ରହିଛି। ଭ୍ରମଣ କରିବାକୁ ତ ପ୍ରାୟ ପସନ୍ଦ କରନ୍ତି, କିନ୍ତୁ ବେଳେବେଳେ ବଜେଟ୍ ହେତୁ ଆମେ ଭ୍ରମଣ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ, ଯଦି ଆପଣ ବଜେଟ୍ ଅନୁକୂଳ ଯାତ୍ରା ଯୋଜନା କରିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ କହିବୁ ଭାରତର ୫ଟି ସ୍ଥାନ ବିଷୟରେ । ଯାହାକୁ ଆପଣ ଖୁବ୍ କମ୍ ଟଙ୍କାରେ ବୁଲି ପାରିବେ |

ଓରଛା:

ଝାନସୀ ଠାରୁ ୧୬ କିଲୋମିଟର ଦୂରରେ ଅବସ୍ଥିତ ମଧ୍ୟପ୍ରଦେଶର ଆରଛା ଚାରିପଟେ ପାହାଡ ଘେରରେ ରହିଛି । ମନରୋମ ପରିବେଶ ତଥା ସବୁଜ ବନାନାରେ ଭରପୁର ଏହି ସ୍ଥା । ଏଠାରେ ଅନେକ ପ୍ରସିଦ୍ଧ ମନ୍ଦିର ଦେଖିବାକୁ ମିଳେ । ବର୍ଷା ଋତୁରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ । ଏଠାକୁ ଆପଣ ଖୁବ୍ କମ୍ ଟଙ୍କାରେ ବୁଲିବାକୁ ଯାଇପାରିବେ ।

ତାୱାଙ୍ଗ:

ଥଣ୍ଡା ଦିନରେ ଏଠାରେ ଆପଣ ବରଫ ବର୍ଷାର ମଜା ଉଠାଇପାରିବେ । ଏହି ସମୟରେ ଆପଣଙ୍କୁ ରହିବାକୁ ହୋଟେଲ  ଶସ୍ତାରେ ମିଳିଯିବ । ଅରୁଣାଚଳପ୍ରଦେଶ ରାଜ୍ୟରେ ଅବସ୍ଥିତ ତାୱାଙ୍ଗ ନିଶ୍ଚିତ ଭାବେ ଏକ ସୁନ୍ଦର ସ୍ଥାନ । ଏଠାର ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ଥଳ ହେଉଛି ତାୱାଙ୍ଗ ।

ପଣ୍ଡିଚେରୀ:


ଭାରତର ଫ୍ରାନ୍ସ କୁହାଯାଉଥିବା ପଣ୍ଡିଚେରୀରେ ଆପଣଙ୍କୁ ମାଗଣା ରହିବାର ସୁବିଧା ମିଳିଯିବ। ସେଠାରେ ଥିବା ଅରବିନ୍ଦ ଆଶ୍ରମରେ ଆପଣ ମାଗଣା ରହିପାରିବେ। ଆପଣଙ୍କୁ ସେଠି ଶାକାହାରୀ ଭୋଜନ ମିଳିବାର ସୁବିଧା ରହିଛି। ଏହା ସହିତ ଅନ୍ୟ ବିକଳ୍ପ ମଧ୍ୟ ରହିଛି। ସେହିପରି ଏହା ବ୍ୟତିତ ମାତ୍ର ୪୦୦ ଟଙ୍କାରେ ଦୁଇଜଣଙ୍କ ପାଇଁ ଭଲ ଖାଦ୍ୟ ମଧ୍ୟ ମିଳିଯିବ। ଅନ୍ୟପଟେ ୩ ଦିନ ଓ ୨ ରାତି ପାଇଁ ଏଠାରେ ୩୦୦ ଟଙ୍କାରେ ଆପଣ ଆରାମଦାୟକ କଟେଜ୍‌ରେ ମଧ୍ୟ ରହିପାରିବେ।

ମାଉଣ୍ଟ ଆବୁ:

ମାଉଣ୍ଟ ଟାବୁ ରାଜସ୍ଥାନର ଏକ ପ୍ରସିଦ୍ଧ ପାହାଡିଆ ସ୍ଥାନ । ଅନେକ ସୁନ୍ଦର ପାହାଡ ଏଠାରେ ରହିଛି । ସେଠାର ଦେଲବାଡା ମନ୍ଦିର ଖୁବ ଲୋକପ୍ରିୟ । ତେବେ ଏଠାକୁ ଆସିବା ପାଇଁ ଆପଣଙ୍କୁ ବେଶୀ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ତେବେ ଖୁବ୍ କମ୍ ବଜେଟରେ ଏହି ସ୍ଥାନ ଆପଣଙ୍କ ପାଇଁ ମଧ୍ୟ ସବୁଠାରୁ ଉତ୍କୃଷ୍ଟ ସ୍ଥାନ ହେବ ।

ଓଟି:

ତାମିଲନାଡୁର ପଶ୍ଚିମ ଘାଟ ପର୍ବତମାଳାରେ ଓଟି ହେଉଛି ଏକ ପ୍ରମୁଖ ହିଲ୍ ଷ୍ଟେସନ । ଏଠାକାର ବାଷ୍ପୀୟ ରେଳ ଲାଇନ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଲାଗି ଆକର୍ଷଣ ପାଲଟିଥାଏ । ଓଡି ଅଞ୍ଚଳ କଫି ଚାଷ ପାଇଁ ସମଗ୍ର ଦେଶରେ ପ୍ରସିଦ୍ଧ । ଏଠାରେ ପ୍ରତିବର୍ଷ ଚକୋଲେଟ୍‌ରେ ସେଲ୍‌ ମିଳିବ। ଏଠାରେ କମ୍‌ ମୂଲ୍ୟରେ ଘରଭଡ଼ା ମିଳିଥାଏ। ବିଶେଷକରି ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଅନେକ ସ୍ଥାନ ବୁଲିବାର ସୁଯୋଗ ପାଇବେ।

Leave A Reply

Your email address will not be published.