Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ଓଡିଶା ସମେତ ଛତିଶଗଡ, ଝାରଖଣ୍ଡ ଓ ଉତ୍ତର ପ୍ରଦେଶକୁ ମଧ୍ୟ କେନ୍ଦ୍ରୀୟ ଟିମ୍ ଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କେନ୍ଦ୍ରୀୟ ଟିମ୍ କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କୁ ସାହାଯ୍ୟ କରିବ । କଣ୍ଟେନମେଣ୍ଟ, ସର୍ଭେଲାନ୍ସ ଓ ଟେଷ୍ଟି ଆଦିରେ ଏହି ଟିମ୍ ରାଜ୍ୟ ସରକାରଙ୍କୁ ସହାୟତା ଯୋଗାଇ ଦେବ ।

ଓଡିଶାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ଏହି ଟିମ୍ ଆସୁଥିବା ଜଣାପଡିଛି ।

Leave A Reply

Your email address will not be published.