ଭୁବନେଶ୍ୱର: ଲକଡ଼ାଉନ ସମୟରେ ପିଲାଙ୍କୁ ମାନସିକ ଚାପମୁକ୍ତ କରିବ – ଭରସା ।
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ତତ୍ତ୍ୱାବଧାନରେ ନିର୍ମିତ ଏହି ହେଲ୍ପଲାଇନ ପିଲାଙ୍କ ମାନସିକ ତଥା ଭାବନାତ୍ମକ ଚାପ କୁ ହ୍ରାସ କରିବା ଦିଗରେ ସାହାଯ୍ୟ କରିବ ।
ଏହି ହେଲ୍ପଲାଇନ ମାଧ୍ୟମରେ ଯେ କୌଣସି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମନୋବିଜ୍ଞାନୀଙ୍କ ଠାରୁ ପରାମର୍ଶ ନେଇ ପାରିବେ । ଏହି ସେବା ଟି ସମ୍ପୁର୍ଣ ନିଃଶୁଳ୍କ ରଖାଯାଇଅଛି ।
ଏହି ‘ଭରସା’ ହେଲ୍ପଲାଇନ ସେବାଟିକୁ (୦୮୦୪୬୮୦୧୦୧୦) ଆଗାମୀ ଦିନରେ କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରୀ, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଭିଡ଼ିଓ କନଫେରେଂସିଂ ମାଧ୍ୟମରେ ଆରମ୍ଭ କରିବାର ଯୋଜନା ରଖିଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତରଫରୁ ସୁଚନା ଦିଆଯାଇଅଛି ।
Comments are closed.