Latest Odisha News

କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ବୃଦ୍ଧିକୁ କେନ୍ଦ୍ରର ଅନୁମୋଦନ

ନୂଆଦିଲ୍ଲୀ: କୋଭିଶିଲ୍ଡ ଡୋଜ୍ ମଧ୍ୟରେ ବଢିଲା ବ୍ୟବଧାନ । କୋଭିଶିଲ୍ଡ ଟିକା ର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବାକୁ କେନ୍ଦ୍ର ଗୁରୁବାର ଅନୁମୋଦନ କରିଛି। ଏନେଇ ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ ।

କୋଭିଶିଲ୍ଡ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ୧୨ରୁ ୧୬ ସପ୍ତାହ ଅନ୍ତର ରଖିବାକୁ ସୁପାରିସ୍ କରାଯାଇଥିଲା। ଏବେ ପ୍ରଥମ ଡୋଜ୍ କୋଭିସିଲ୍ଡ ନେବାର ୬ରୁ ୮ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍ ଦିଆଯାଉଛି ।

କୋଭାକ୍ସିନ୍‌ ଟିକା ବ୍ୟବଧାନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ପ୍ୟାନେଲରେ ଏହା ମଧ୍ୟ କୁହାଯାଇଛି ଯେ ଗର୍ଭବତୀ ମହିଳାମାନେ ସେମାନଙ୍କର ଟିକା ବାଛି ପାରିବେ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରସବ ପରେ ଏହି ଟିକା ନେବାକୁ ଯୋଗ୍ୟ ହେବେ।

Comments are closed.