Latest Odisha News

ଟ୍ରାଫିକ ଡିସିପି ସୌମ୍ୟା ମିଶ୍ରଙ୍କ କ୍ୟାଡର ପରିବର୍ତ୍ତନ ଆବେଦନକୁ ମଞ୍ଜୁରୀ

ଭୁବନେଶ୍ୱର: ପଞ୍ଜାବ ଯିବେ ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଫିସର୍‌ ତଥା ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର । କ୍ୟାଡର୍‌ ପରିବର୍ତ୍ତନ ପାଇଁ ସେ କରିଥିବା ଆବେଦନକୁ ମଞ୍ଜୁରି ମିଳିଛି । ପୂର୍ବରୁ ରାଜ୍ୟ ସରକାର ଆବେଦନକୁ ମଞ୍ଜୁରୀ ଦେଇଥିବାବେଳେ ଏବେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ରର ମଞ୍ଜୁରୀ ପରେ ସୌମ୍ୟା ମିଶ୍ର ପଞ୍ଜାବ ଯିବା ଏବେ ନିଶ୍ଚିତ ହୋଇଯାଇଛି । ୨୦୧୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇପିଏସ୍‌ ଅଫିସର୍‌ ସୌମ୍ୟା ମିଶ୍ର । ସେ ଉତ୍ତରପ୍ରଦେଶ ବାସିନ୍ଦା । କିନ୍ତୁ ସ୍ୱାମୀ ଦୀପକ ପାରିକ ପଞ୍ଜାବ କ୍ୟାଡର୍‌ ଅଫିସର । ସେ ଏବେ ଲୁଧିଆନାର ଅତିରିକ୍ତ ଡିସିପି ଭାବରେ କାର୍ଯ୍ୟରତ ଅଛନ୍ତି ।

ବିବାହକୁ ଆଧାର କରି ଆଇପିଏସ୍‌ ଓ ଆଇଏଏସ୍‌ ଅଫିସର୍‌ମାନେ କ୍ୟାଡର୍‌ ପରିବର୍ତ୍ତନ କରିପାରି‌ବେ ବୋଲି ନିୟମ ରହିଛି । ସ୍ୱାମୀ ଦୀପକ ସେଠାରେ ଅବସ୍ଥାପିତ ଥିବାରୁ ସୌମ୍ୟା କ୍ୟାଡର ପରିବର୍ତ୍ତନ କରିବାକୁ ଆବେଦନ କରିଥିଲେ ।

Leave A Reply

Your email address will not be published.