DG-Level IPS Appointments: ଦେଶରୁ ୩୩ ଜଣ IPS ଅଧିକାରୀଙ୍କୁ ବାଛିଲେ ମୋଦି ସରକାର, ଦେଲେ ବଡ ଦାୟିତ୍ବ! ତାଲିକାରେ ସାମିଲ୍ ଏହି ନାଁ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ୩୩ ଜଣ ବରିଷ୍ଠ ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କୁ ମହାନିର୍ଦ୍ଦେଶକ(ଡାଇରେକ୍ଟ ଜେନେରାଲ ବା ଡିଜି) ପଦବୀରେ ନିଯୁକ୍ତି ଦେବାକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି (ACC) ଏହି ଅଧିକାରୀଙ୍କ ନାମକୁ ଅନୁମୋଦନ କରିଛି। ଏହି ଅଧିକାରୀମାନେ ବିଭିନ୍ନ ରାଜ୍ୟ ଏବଂ କ୍ୟାଡରରୁ ଆସିଛନ୍ତି ଏବଂ ଦୀର୍ଘ ଦିନ ଧରି ପୋଲିସ ସେବାରେ କାର୍ଯ୍ୟ କରିଆସୁଛନ୍ତି।
ଅନୁମୋଦିତ ଅଧିକାରୀଙ୍କ ମଧ୍ୟରେ ଓଡିଶା କ୍ୟାଡରର ସୁଦର୍ଶନ ସାରଙ୍ଗୀ, ଉତ୍ତରପ୍ରଦେଶ କ୍ୟାଡରର ରାଜୀବ କୃଷ୍ଣ, ଆନନ୍ଦ ମୋହନ, ଡେଭିଡ ଲାଲରିସଙ୍ଗା, ଦେବେଶ ଚନ୍ଦ୍ର ଶ୍ରୀବାସ୍ତବ, ରାଜେଶ କୁମାର, ସତୀଶ ଶ୍ରୀରାମଜୀ ଚାନ୍ଦରେ ଏବଂ ଏଜିଏମୟୁଟି କ୍ୟାଡରର ଶିବ ଦର୍ଶନ ସିଂ ଅଛନ୍ତି।
ଏହାବ୍ୟତୀତ, ଆସାମ-ମେଘାଳୟ କ୍ୟାଡରର କେ.ଏ.ଓ୍ବାଇ.ବି. କ୍ରିଷ୍ଣା ଏବଂ ମୁନ୍ନା ପ୍ରସାଦ ଗୁପ୍ତା । ବିହାର କ୍ୟାଡରର ଜଗ ମୋହନ, ପଙ୍କଜ କୁମାର ଦାରାଦ, ଆର.ମଲାବିଝି ଏବଂ ସୁଶୀଲ ମାନ ସିଂହ ଖୋପଡେ , ହିମାଚଳ ପ୍ରଦେଶ କ୍ୟାଡରର ସତିନ୍ଦର ପାଲ ସିଂହ ଏବଂ ବେଣୁଗୋପାଳ ଏନଙ୍କୁ ଡିଜି ପାହ୍ୟାକୁ ଅନୁମୋଦନ ମିଳିଛି ।
ହରିୟାଣା କ୍ୟାଡରର ସନ୍ଦୀପ ଖିରୱାର, ଝାଡ଼ଖଣ୍ଡ କ୍ୟାଡରର ସଞ୍ଜୟ ଏ. ଲାଠକର, ମହାରାଷ୍ଟ୍ର କ୍ୟାଡରର ନାଭାଲ ବଜାଜ, ମଧ୍ୟ ପ୍ରଦେଶ କ୍ୟାଡରର ମୀନାକ୍ଷୀ ଶର୍ମା ଏବଂ ଯୋଗେଶ ଦେଶମୁଖ, ଓଡ଼ିଶା କ୍ୟାଡରର ପଦ୍ମାକର ଏସ. ରାଣୀପାସେ, ପଞ୍ଜାବ କ୍ୟାଡରର ଅମିତ ପ୍ରସାଦ ଏବଂ କପିଲ ଦେବଙ୍କୁ ମଧ୍ୟ ତାଲିକାରେ ସାମିଲ କରାଯାଇଛି।
ରାଜସ୍ଥାନ କ୍ୟାଡରର ଏମ.ଏନ. ଦିନେଶ ଏବଂ ବିଜୁ ଜର୍ଜ ଯୋସେଫ, ସିକିମ କ୍ୟାଡରର ବିନୀତ ବିନାୟକ, ତ୍ରିପୁରା କ୍ୟାଡରର ପୁନିତ ରସ୍ତୋଗୀ, ଉତ୍ତରାଖଣ୍ଡ କ୍ୟାଡରର ଦୀପମ ସେଠ ଏବଂ ଉତ୍ତର ପ୍ରଦେଶ କ୍ୟାଡରର ଅମରେନ୍ଦ୍ର କୁମାର ସେଙ୍ଗାର, ଅନୁପମ କୁଳଶ୍ରେଷ୍ଠ, ଅଶୋକ କୁମାର ସିଂହ ଏବଂ ବିଜୟ ଭାଟିଆଙ୍କୁ ମଧ୍ୟ କେନ୍ଦ୍ରରେ ବରିଷ୍ଠ ପଦବୀ ପାଇଁ ଚୟନ କରାଯାଇଛି।
ଏହି ସମସ୍ତ ଅଧିକାରୀ ୧୯୯୦ ରୁ ୧୯୯୫ ବ୍ୟାଚର ଆଇପିଏସ ଅଧିକାରୀ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଏହି ଅଧିକାରୀମାନଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବାର ପଥ ପ୍ରଶସ୍ତ କରିଛି।
କେନ୍ଦ୍ର ସରକାରଙ୍କ ଡିଜି ଏବଂ ସମକକ୍ଷ ପଦବୀରେ ନିଯୁକ୍ତି ପୋଲିସ ସେବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ଅଧିକାରୀମାନଙ୍କୁ ଭବିଷ୍ୟତରେ ଜାତୀୟ ତଦନ୍ତ ସଂସ୍ଥା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଗୁଇନ୍ଦା ସଂଗଠନ ଏବଂ ଅନ୍ୟାନ୍ୟ ପ୍ରମୁଖ ସୁରକ୍ଷା ପ୍ରତିଷ୍ଠାନର କମାଣ୍ଡ ଦିଆଯାଇପାରେ। ଆଇନ ଶୃଙ୍ଖଳା ପରିଚାଳନା, ପ୍ରଶାସନିକ ଅଭିଜ୍ଞତା ଏବଂ ସୁରକ୍ଷା ମାମଲାରେ ସେମାନଙ୍କର ବିଶେଷଜ୍ଞତା ଆଧାରରେ ଏହି ଅଧିକାରୀମାନଙ୍କୁ ଚୟନ କରାଯାଇଛି।