ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଶୁକ୍ରବାର ଦିନ ଆଧାର ସହିତ ପାନ୍ ଲିଙ୍କ୍ର ସମୟ ସୀମାକୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।
ଆୟକର ବିଭାଗ ସୂଚନା ଦେଇଛି ଯେ କୋଭିଡ-୧୯ ମହାମାରୀ ହେତୁ ସେପ୍ଟେମ୍ବର ୩୦ ପୂର୍ବରୁ ଆଧାର-ପ୍ୟାନ ସଂଯୋଗର ଶେଷ ତାରିଖ ୬ ମାସ ବୃଦ୍ଧି କରାଯାଇଛି।
ସରକାର ଚତୁର୍ଥ ଥର ପାଇଁ ଆଧାର-ପାନ୍ ଲିଙ୍କ୍ ସମୟସୀମାକୁ ସଂଶୋଧନ କରିଛନ୍ତି। ଏହାପୂର୍ବରୁ ଜୁଲାଇ ମାସରେ କରୋନା ଦ୍ବିତୀୟ ତରଙ୍ଗ ଯୋଗୁ ସରକାର ଶେଷ ତାରିଖକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।
Comments are closed.