Latest Odisha News

BREAKING NEWS

ଆଜି ୨୫ ଜିଲ୍ଲାରୁ ୬୯୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ତଳ ଉପର ହେଉଛି । କେବେ କମୁଛି, ପୁଣି କେବେ ସାମାନ୍ୟ ବଢୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୯୫ ଆକ୍ରାନ୍ତ । ଏମାନଙକ୍ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୮୩ ଆକ୍ରାନ୍ତ । ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ । ବଲାଙ୍ଗିର, ବରଗଡ଼, ବୌଦ୍ଧ, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ କେହି ଆଜି ସଂକ୍ରମିତ ହୋଇ ନାହାନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ସଂକ୍ରମିତ ହୋଇଛନ୍ତି । କଟକରୁ ୯୦, ଯାଜପୁରରୁ ୩୯, ବାଲେଶ୍ୱରରୁ ୩୦ ଓ ଜଗତସିଂହପୁରରୁ ଚିହ୍ନଟ ହୋଇଛନ୍ତି ଆଉ ୨୫ ଆକ୍ରାନ୍ତ । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି ।

୨୪ ଘଣ୍ଟାରେ ରାଜ୍ୟରେ ୬୫ହଜାର ୫୧୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୦୬ ପ୍ରତିଶତ । ଆଉ ୬ ଜଣଙ୍କୁ ମିଶାଇ ରାଜ୍ୟରୁ କରୋନା ନେଲାଣି ମୋଟ୍ ୮ହଜାର ୧୨୮ ଜୀବନ ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୧୯ହଜାର ୬୨୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୫ହଜାର ୫୬୪ ଆକ୍ରାନ୍ତ । ଏବେ ରାଜ୍ୟରେ ୫ହଜାର ୮୭୬ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.