Latest Odisha News

ସମଲିଙ୍ଗୀ ବିବାହ ମାମଲା : ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜି(ବୁଧବାର) ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରିଛନ୍ତି। ସାନି ସତ୍ୟପାଠରେ, କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ସମଲିଙ୍ଗୀ ବିବାହ ସଂକ୍ରାନ୍ତ ବିତର୍କ ରାଜ୍ୟ ବିଧାନସଭା ପରିସରଭୁକ୍ତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ଉଚିତ ବୋଲି । କାରଣ, ଏ ବିଷୟରେ ସେମାନଙ୍କର ମଧ୍ୟ ମତାମତ ଅତ୍ୟାବଶ୍ୟକ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ମାମଲାର ପକ୍ଷ ହୋଇ ୧୦ ଦିନ ମଧ୍ୟରେ ନିଜ ନିଜର ମତାତମ ଦାଖଲ କରନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ସୁପ୍ରିମ୍‌ କୋର୍ଟ ସମଲିଙ୍ଗୀ ବିବାହର ଆଇନଗତ ବୈଧ୍ୟତା ଦାବି କରି ଦାଏର କରାଯାଇଥିବା କେତେକ ପିଟିସନ୍‌ର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ । ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ଏସକେ କୌଲ, ରବୀନ୍ଦ୍ର ଭଟ୍ଟ, ହିମା କୋଲି ଓ ପିଏସ ନରସିହ୍ମା । ସେପଟେ ଆଡ୍‌ଭୋକେଟ୍‌ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଛନ୍ତି, ଭାରତର ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା। ପୂର୍ବରୁ ବି ଏହି ଧରଣର ବିବାହକୁ ସ୍ବୀକୃତି ନଦେବା ଲାଗି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ । ସରକାର କହିଥିଲେ- ଦେଶର ସମସ୍ତ ଧର୍ମରେ ବିବାହ ପରି ଏକ ବ୍ୟବସ୍ଥା ସାମାଜିକ-ଆଇନଗତ ସମ୍ପର୍କକୁ ପ୍ରତିଫଳିତ କରିଥାଏ ।

ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ସମାଜରେ ବହୁ ପରିବର୍ତ୍ତନ ଆସିଛି ଓ ଆମ ସମାଜ ସମଲିଙ୍ଗୀ ସମ୍ପର୍କକୁ ଗ୍ରହଣ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମକୁ ଆମର ବ୍ୟାଖ୍ୟାକାରୀ ଶକ୍ତିକୁ ବର୍ଦ୍ଧିତ ଢଙ୍ଗରେ ବ୍ୟବହାର କରିବାକୁ ପଡିବ ଏବଂ ଆଇନଗୁଡ଼ିକ ବିକଶିତ ହେଉଛି, ତେଣୁ ଆମକୁ ଯତ୍ନବାନ ହେବାକୁ ପଡିବ ଯେ କୋର୍ଟ ଏହାକୁ ବ୍ୟାଖ୍ୟାତ୍ମକ ଢଙ୍ଗରେ କରନ୍ତି। ମାମଲାର ଶୁଣାଣି କରି କେନ୍ଦ୍ର ଉପରେ ବର୍ଷିବା ସହ ମାମଲାରେ କଣ ଓ କିପରି ଶୁଣାଣି ହେବ ସେ ନେଇ ଆମକୁ ଶିଖାଅ ନାହିଁ ବୋଲି ତାଗିଦ୍ କରିଥିଲେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ । କହିଥିଲେ, ଆମେ ନ୍ୟାୟାଳୟର ଦାୟିତ୍ୱ ଅଛୁ ତେଣୁ ଶୁଣାଣି ଆମେ ହିଁ କରିବୁ ।

କେନ୍ଦ୍ର ସରକାରଙ୍କ କହିବା କଥା, ଧାରା ୩୭୭ କୁ ଅପରାଧ ମୁକ୍ତ କରାଯାଇଥିବାରୁ ଆବେଦନକାରୀ ଭାରତୀୟ ଆଇନ ଅଧୀନରେ ନିଜର ମୌଳିକ ଅଧିକାର କଥା କହିବା ଓ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯାଇପାରିବ ନାହିଁ। ଭାରତୀୟ ସଂସ୍କୃତିରେ ଏହା ଗ୍ରହଣୀୟ ନୁହେଁ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କେନ୍ଦ୍ର ସରକାର ସମଲିଙ୍ଗୀ ସମ୍ପର୍କକୁ ସମର୍ଥନ ଜଣାଇଥିଲେ ବି ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାକୁ ବିରୋଧ କରୁଛନ୍ତି।

Leave A Reply

Your email address will not be published.