Latest Odisha News

BREAKING NEWS

ଆସନ୍ତା ୭ରୁ ଗଡିବ ମେଟ୍ରୋ ଟ୍ରେନ୍, ଜାରି ହେଲା ଏସ୍ଓପି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ଅନ୍ଲକ-୪ । ଫଳରେ ଅନେକ ସ୍ଥାନରେ ବନ୍ଦ ପଡିଥିବା ତାଲା ଖୋଲିଛି । ବସ୍ ଚଳାଚଳ ଓ ଟ୍ରେନ୍ ସେବାକୁ ମଧ୍ୟ ସରକର ଅନୁମତି ଦେଇଛନ୍ତି । ଏହି କ୍ରମରେ ଆସନ୍ତା ୭ ତାରିଖରୁ ପୁଣି ମେଟ୍ରୋ ଟ୍ରେନ୍ ଗଡିବ । ପର୍ଯ୍ୟାୟକ୍ରମେ ମେଟ୍ରୋ ରେଳସେବା ଆରମ୍ଭ ହେବ । ତେବେ ଏଥିପାଇଁ ବୁଧବାର କେନ୍ଦ୍ର ସରକାର ଏସ୍ଓପି ଜାରି କରିଛନ୍ତି । ଆସନ୍ତା ୧୨ ତାରିଖ ମଧ୍ୟରେ ମେଟ୍ରୋ ରେଲ୍‌ର ସମସ୍ତ କରିଡର୍ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି।

ଏସ୍‌ଓପିରେ କୁହାଯାଇଛି ଯେ, କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଅଧୀନରେ ଆସୁଥିବା ସମସ୍ତ ଷ୍ଟେସନ୍ ବନ୍ଦ ରହିବ। ଅର୍ଥାତ ସେଠାରୁ ଯାତ୍ରୀ ଉଠି ପାରିବେ ନାହିଁ କି, ଓହ୍ଲାଇ ପାରିବେ ନାହିଁ। ଥର୍ମାଲ୍ ସ୍କାନିଙ୍ଗ୍ କରାଯିବା ପରେ କେବଳ ଲକ୍ଷଣହୀନ ଲୋକମାନଙ୍କୁ ଟ୍ରେନ୍ ଚଢ଼ିବାକୁ ଅନୁମତି ମିଳିବ। ସାମାଜିକ ଦୂରତା ବଜାୟ ରଖିବାକୁ ମେଟ୍ରୋ ଟ୍ରେନ୍‌ଗୁଡ଼ିକ ଗୋଟାଏ ଗୋଟାଏ ଷ୍ଟେସନ୍‌ରେ ଅଟକି ନ ପାରନ୍ତି। ଯାତ୍ରା ସମୟରେ ସର୍ବନିମ୍ନ ଲଗେଜ୍ ନେଇ ଯାତ୍ରା ପାଇଁ ଅନୁମତି ମିଳିବ। କିନ୍ତୁ, କୌଣସି ଧାତବ ସାମଗ୍ରୀ ନେଇ ଯାତ୍ରା କରିହେବନାହିଁ।

ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଷ୍ଟେସନ୍‌ ଏବଂ ଟ୍ରେନ୍‌ ମଧ୍ୟରେ ଯଥାରୀତି ଚିହ୍ନ ଦିଆଯିବ। ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ଲାଗି ଫେସ୍‌ମାସ୍କ୍‌ ପରିଧାନ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କ୍‌ରେ ଆସିଥିବା ଦେୟ ପୈଠ କଲେ ମେଟ୍ରୋ ରେଳ ନିଗମ ମାସ୍କ୍‌ ଯୋଗାଇବାର ବ୍ୟବସ୍ଥା କରି ପାରେ।  ଯାତ୍ରୀମାନଙ୍କ ବ୍ୟବହାର ଲାଗି ପ୍ରବେଶ ଫାଟକରେ ସାନିଟାଇଜର୍‌ ବ୍ୟବସ୍ଥା କରାଯିବ। ଉପକରଣ, ଟ୍ରେନ୍, କାର୍ଯ୍ୟକ୍ଷେତ୍ର, ଲିଫ୍ଟ୍‌, ଏସ୍କାଲେଟର୍, ହ୍ୟାଣ୍ଡ୍‌ରେଲ୍‌, ଏଏଫ୍‌ସି ଗେଟ୍‌, ଶୌଚାଳୟ ଆଦି ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ।

ସ୍ମାର୍ଟ କାର୍ଡ ଓ କ୍ୟାସ୍‌ଲେସ୍‌/ଅନ୍‌ଲାଇନ୍‌ ଦେଣନେଣ ଉତ୍ସାହିତ କରାଯିବ। ଉପଯୁକ୍ତ ସାନିଟାଇଜେସନ୍ କରାଯାଇ ଟୋକେନ୍ ଏବଂ କାଗଜ ସ୍ଲିପ୍/ଟିକେଟ୍ ଆଦି ବ୍ୟବହାର କରାଯିବ। ଦୂରତ୍ବ ସହ ସୁବିଧାରେ ଟ୍ରେନ୍‌ରେ ଚଢ଼ିବା ଓ ଓହ୍ଲାଇବା ପାଇଁ ଷ୍ଟେସନ୍‌ରେ ଯଥେଷ୍ଟ ସମୟ ଦିଆଯିବ।

କେନ୍ଦ୍ର ସରକାର କହିଛନ୍ତି ଯେ, ଦିଲ୍ଲୀ, ନଇଡ଼ା, ଚେନ୍ନାଇ, କୋଚି, ବାଙ୍ଗାଲୋର୍‌, ଜୟପୁର, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଏବଂ ୟୁପି ମେଟ୍ରୋ (ଲକ୍ଷ୍ନୌ) ଉପରୋକ୍ତ ଗାଇଡ୍‌ଲାଇନ୍ ଆଧାରରେ ନିଜସ୍ବ ‘ଏସ୍‌ଓପି’ ପ୍ରସ୍ତୁତ କରିଛନ୍ତି। ଅକ୍ଟୋବର ୨୦ ତାରିଖରୁ ମହାରାଷ୍ଟ୍ର ସରକାର ମେଟ୍ରୋ ରେଳସେବା ପୁନଃଆରମ୍ଭ କରିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

Comments are closed.