Latest Odisha News

BREAKING NEWS

କରୋନାଭାଇରସକୁ ଟ୍ରାକିଂ କରିବ ‘ଆରୋଗ୍ୟ ସେତୁ’, ଜାଣନ୍ତୁ…

ନୂଆଦିଲ୍ଲୀ: ଆପଣଙ୍କ ନିକଟରେ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତିଙ୍କ ଅଛନ୍ତି କି ନାହିଁ ତାହା ଯାଞ୍ଚ କରିବ ‘ଆରୋଗ୍ୟ ସେତୁ’ ନାମକ ଏକ ଆପ୍ । ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଞ୍ଚ କରାଯାଇଛି ।

ଏପରିକି ଜଣେ ବ୍ୟକ୍ତିଙ୍କ ସ୍ମାର୍ଟଫୋନ୍ ଲୋକେସନ ଡାଟା ଏବଂ ବ୍ଲୁଟୁଥ୍ ସହାୟତାରେ ଏହି ଆପ୍ କରୋନାଭାଇରସ୍ ଆକ୍ରାନ୍ତଙ୍କୁ ଟ୍ରାକିଂ କରିବା ସହ ୟୁଜର୍ସଙ୍କୁ ସୂଚନା ଦେବ ।

ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସମଗ୍ର ଭାରତରେ ଜାରି ରହିଥିବା ଆତଙ୍କକୁ ଦେଖି ଉପଭୋକ୍ତା ବିପଦରେ ଅଛନ୍ତି କି ନାହିଁ ତାହା ନୂଆ ଆପ୍ ସ୍ଥିର କରିବ।

ସେହି ବ୍ୟକ୍ତି ଜଣକ ଆପଣଙ୍କ କେଉଁଠାରେ ଅଛନ୍ତି, ତାହା ଜଣାଇବାକୁ ସ୍ମାର୍ଟଫୋନର ଲୋକେସନ ଡାଟା ବ୍ୟବହୃତ ହେଉଥିବାବେଳେ, ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଆପଣ ୬ ଫୁଟ ଦୂରରେ ଅଛନ୍ତି କି ନାହିଁ ତାହା ଆପ୍ ବ୍ଲୁଟୁଥ୍ କନେକ୍ଟିଭିଟି ବ୍ୟବହାର କରି ଜାଣିପାରିବେ ।

ଆହୁରି ମଧ୍ୟ ଆପଣ ଯଦି ଅଧିକ ବିପଦ ସଙ୍କୁଳ ସ୍ଥାନରେ ଥାଆନ୍ତି, ତାହେଲେ କରୋନା ପରୀକ୍ଷା ଲାଗି ଏହି ଆପ୍ ଆପଣଙ୍କୁ ପରାମର୍ଶ ଦେବା ସହ ସ୍ଥାନୀୟ ପରୀକ୍ଷା କେନ୍ଦ୍ରରେ ଟେଷ୍ଟ ସମୟ ଧାର୍ଯ୍ୟ କରିବା ୧୦୭୫ ନଂରେ କଲ୍ ଲଗାଇବାକୁ କହିବ ।

ଏହାବ୍ୟତିତ ଆରୋଗ୍ୟ ସେତୁ ଆପ୍ ମଧ୍ୟ କରୋନାଭାଇରସ୍ ନହେବା ପାଇଁ ପରାମର୍ଶ ଦେଇଥାଏ।

 

Comments are closed.