Latest Odisha News

ଆସନ୍ତା ବର୍ଷ ହେବ ଜନଗଣନା

ନୂଆଦିଲ୍ଲୀ: ଭାରତରେ ଜନଗଣନା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରେ ଆରମ୍ଭ ହେବ। ଏହା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ଦେଶରେ ପ୍ରତି ୧୦ବର୍ଷରେ ଜନଗଣନା ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଜନଗଣନା ୨୦୩୫ରେ ଅନୁଷ୍ଠିତ ହେବ।

ପୂର୍ବରୁ ପ୍ରତି ଦଶନ୍ଧିରେ ଜନଗଣନା କରାଯାଇଥିଲା। ଏହା ପୂର୍ବରୁ ୧୯୯୧, ୨୦୦୧, ୨୦୧୧ରେ ହୋଇଥିଲା। ସେହିପରି ୨୦୨୧ ମସିହାରେ ଜନଗଣନା ହେବାକୁ ଥିଲା। କିନ୍ତୁ କୋଭିଡ ଯୋଗୁଁ ଏହାର ଚକ୍ରରେ ପରିବର୍ତ୍ତନ ଘଟିଥିଲା।

ମହାମାରୀ କାରଣରୁ ଜନଗଣନା ରୋକିବାକୁ ପଡିଥିଲା୲ ପରବର୍ତ୍ତୀ ଜନଗଣନା ୨୦୨୫, ୨୦୩୫ ଏବଂ ପରେ ୨୦୪୫, ୨୦୫୫ରେ ହୋଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ଜନଗଣନାରେ ଧର୍ମ ଏବଂ ବର୍ଗ ପଚରାଯିବା ସହ ଜେନେରାଲ୍, ଅନୁସୂଚିତ ଜାତି ଏବଂ ଜନଜାତି ବିଷୟରେ ପଚରା ଯାଉଥିଲା କିନ୍ତୁ ବର୍ତ୍ତମାନ ଠାରୁ ସେମାନେ କେଉଁ ଧର୍ମ, ବର୍ଗ ସହ କେଉଁ ସମ୍ପ୍ରଦାୟରେ ବିଶ୍ୱାସ କରନ୍ତି ତାହା ମଧ୍ଯ ପଚରାଯିବ। ସେହିପରି ଅନୁସୂଚିତ ଜାତି ମଧ୍ୟରେ ବାଲ୍ମିକି, ରବିଦାସି ଭଳି ଭିନ୍ନଭିନ୍ନ ସମ୍ପ୍ରଦାୟ ମଧ୍ୟ ଅଛନ୍ତି।

ଦେଶରେ ପ୍ରଥମ ଥର ପାଇଁ ଜନଗଣନା ତଥ୍ୟ ଡିଜିଟାଲ୍ ଦ୍ୱାରା ସଂଗ୍ରହ କରାଯିବ। ଯେଉଥିପାଇଁ ସରକାର ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି। ସୂଚନାନୁସାରେ, ଜନଗଣନା ସହିତ ଜାତିଭିତ୍ତିକ ଜନଗଣନା କରିବା ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି।

Leave A Reply

Your email address will not be published.