Latest Odisha News

BREAKING NEWS

କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ରାଜ୍ୟର ସମସ୍ତ ୬୬ଟି ଆରଏମସିକୁ ଇ-ନାମ ପ୍ଲାଟଫର୍ମରେ ଯୋଡ଼ିବାକୁ ଅନୁରୋଧ

ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହି ଯୋଡ଼ି ହୋଇଥିବା ବେଳେ ଓଡ଼ିଶା ଷ୍ଟେଟ ଏଗ୍ରିକଲଚରାଲ ମାର୍କେଟିଂ ବୋର୍ଡ଼ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ଼ ମାର୍କେଟ କମ୍ପେ୍ଲକ୍ସକୁ ଯୋଡ଼ିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାଦ୍ୱାରା ଚାଷୀ ମାନଙ୍କୁ ଲାଭ ହେବା ସହ ସେମାନଙ୍କର ଆୟ ବଢିପାରିବ । ଏ ନେଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କୁ ଚିଠି ଲେଖିଛନ୍ତି ।

ଓଡ଼ିଶାରେ ୬୦ରୁ ୭୦ ପ୍ରତିଶତ ଲୋକ ଚାଷ ଓ ଏହା ସହିତ ଜଡ଼ିତ ଅନ୍ୟ ଆନୁଷଙ୍ଗିକ କାମ ଦ୍ୱାରା ନିଜର ଜୀବିକା ନିର୍ବାହ କରିଥାନ୍ତି ।

ତେବେ କୃଷି ଉତ୍ପାଦର ବିପଣନ ଓ ପ୍ରକ୍ରିୟାକରଣରେ ରାଜ୍ୟର ଚାଷୀମାନେ ପଛରେ ଥିବା କାରଣରୁ କୃଷି କ୍ଷେତ୍ରରେ ପ୍ରତି ବ୍ୟକ୍ତି ଆୟ କମ ରହିଛି ।

ଏହି ପରିପ୍ରେକ୍ଷୀରେ କୃଷକ ଓ କୃଷି ସମ୍ପର୍କିତ ସଂଗଠନ ଗୁଡ଼ିକୁ ଇ-ନାମ ସହିତ ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି ଶ୍ରୀ ପ୍ରଧାନ ।

ରାଜ୍ୟର ଏହି ବଜାର ଗୁଡ଼ିକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡ଼ିବା ପାଇଁ ସହଯୋଗ କରିବା ପାଇଁ ସେ ଏହି ସମ୍ମିଳନୀରେ କହିଥିବା ଏହି ପତ୍ରରେ ଦର୍ଶାଇଛନ୍ତି। ତେଣୁ ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ଼ ମାର୍କେଟ କମ୍ପେ୍ଲକ୍ସକୁ ଯୋଡ଼ିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.