Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ମଞ୍ଜୁର କଲେ ୭ଟି ଜିଲ୍ଲାର ୧୬୯ ପଞ୍ଚାୟତ ଲାଗି ୩୫.୧୧ କୋଟି ଟଙ୍କା

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭ଟି ଜିଲ୍ଲାର ୮ଟି ବ୍ଲକ ପାଇଁ ୩୫.୧୧ କୋଟି ଟଙ୍କାର ସମୁଦାୟ ୧୩୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡ଼ିକ ହେଲା – ଢେଙ୍କାନାଳ ଜିଲ୍ଲାର ଭୁବନ, ନୂଆପଡ଼ା ଜିଲ୍ଲାର କୋମନା, କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ଯାଜପୁର ଜିଲ୍ଲାର କୋରେଇ, ଗଜପତି ଜିଲ୍ଲାର କାଶି ନଗର, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼, ଏବଂ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଓ କୁଟ୍ରା ବ୍ଲକ ।

ଆଜି ମୁଖ୍ୟମନ୍ତ୍ରୀ ଭୁବନ ବ୍ଲକର ୧୮ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୨୨୭ଟି ପ୍ରକଳ୍ପ, କୋମନା ବ୍ଲକର ୩୧ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୨୮୮ଟି ପ୍ରକଳ୍ପ, ଗରଦପୁର ବ୍ଳକର ୧୮ଟି ପଞ୍ଚାୟତ ପାଇଁ ୪ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, କୋରେଇ ବ୍ଲକର ୨୮ଟି ପଞ୍ଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୨୨୮ଟି ପ୍ରକଳ୍ପ, କାଶିନଗର ବ୍ଳକର ୧୨ଟି ପଞ୍ଚାୟତ ପାଇଁ ୨.୭୦ କୋଟି ଟଙ୍କାରେ ୮୩ଟି ପ୍ରକଳ୍ପ, ପାଟଣାଗଡ଼ ବ୍ଲକର ୨୯ଟି ପଞ୍ଚାୟତ ପାଇଁ ୫.୭୦ କୋଟି ଟଙ୍କାରେ ୧୯୬ଟି ପ୍ରକଳ୍ପ, ଲହୁଣୀପଡ଼ା ବ୍ଲକର ୧୭ଟି ପଞ୍ଚାୟତ ପାଇଁ ୩.୨୧ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ ଓ କୁଟ୍ରା ବ୍ଲକର ୧୬ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ ମଞ୍ଚୁର କରିଛନ୍ତି । ଏହିିପରି ସମୁଦାୟ ୮ଟି ବ୍ଲକର ୧୬୯ଟି ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୫.୧୧ କୋଟି ଟଙ୍କାରେ ୧୩୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର । ଯେଉଁସବୁ ପ୍ରକଳ୍ପ ମଞ୍ଜୁର କରାଯାଉଛି, ସେଗୁଡ଼ିକୁ ଭଲ ଭାବରେ ଓ ଶିଘ୍ର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗ୍ରାମବାସୀ ଓ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ଗୁଡ଼ିକ ପାଇଁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ସେମାନଙ୍କର ଖୁସି ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.