Latest Odisha News

BREAKING NEWS

ପ୍ରାଇଭେସି ପଲିସି ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ହ୍ୱାଟ୍‌ସ ଆପ୍‌ ସିଇଓଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ହ୍ୱାଟ୍‌ସ ଆପ୍‌ରେ ନୂତନ ପଲିସି ଅପଡେଟ୍‌ରୁ ଗୋପନୀୟତା ପ୍ରତି ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେସେଜିଂ ଆପ୍ ର ଗ୍ଲୋବାଲ୍ ସିଇଓ ୱିଲ୍ କ୍ୟାଥଚାର୍ଟଙ୍କୁ ଏକ ଚିଠି ଲେଖିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MEITY) ଫେସବୁକ୍ ମାଲିକାନା ମେସେଜିଂ ପ୍ଲାଟଫର୍ମର ଗୋପନୀୟତା ନୀତିରେ ପ୍ରସ୍ତାବିତ ପରିବର୍ତ୍ତନ ପ୍ରତ୍ୟାହାର କରିବାକୁ ଆହ୍ବାନ କରିଛି। ସୂଚନାନୁସାରେ, କ୍ୟାଥକାର୍ଟଙ୍କୁ ସରକାରଙ୍କ ଗୋପନୀୟତା, ତଥ୍ୟ ସ୍ଥାନାନ୍ତର ଏବଂ ଅଂଶୀଦାର ନୀତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ସଂସଦୀୟ କମିଟି ୨୧ ଜାନୁଆରୀରେ ଇଣ୍ଟରନେଟ୍ ମିଡିଆ ବିଶାଳ ଫେସବୁକ୍ ଏବଂ ଟ୍ୱିଟରର ଅଧିକାରୀମାନଙ୍କୁ ଡକାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଉପରେ ସ୍ଥାୟୀ ସଂସଦୀୟ କମିଟି ଜାନୁଆରୀ ୨୧ରେ ଫେସବୁକ୍ ଏବଂ ଟ୍ୱିଟର ଅଧିକାରୀଙ୍କ ସହ ଏକ ବୈଠକରେ ହ୍ୱାଟ୍‌ସ ଆପ୍‌ରେ ଗୋପନୀୟତା ନୀତିରେ କରାଯାଉଥିବା ପରିବର୍ତ୍ତନଗୁଡିକ ଉପରେ ମଧ୍ୟ ଆଲୋଚନା କରିବ।

Comments are closed.