Latest Odisha News

BREAKING NEWS

ଜାନୁଆରୀ ୨୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲା ବନ୍ଦ 

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲାକୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଲାଲକିଲ୍ଲା ଆଖପାଖରେ ମୃତ କାଉଙ୍କ ଶବ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷଣ ଲାଗି ପଠାଇଥିଲା । 

ରିପୋର୍ଟରୁ ଲାଲକିଲ୍ଲା ଅଞ୍ଚଳକୁ ମିଳିଥିବା ମୃତ ପକ୍ଷୀଙ୍କ ଠାରେ ବାର୍ଡଫ୍ଳୁ ପୁଷ୍ଟି ହୋଇଛି । ଲାଲକିଲ୍ଲା ଆଖପାଖରେ ବାର୍ଡ ଫ୍ଳୁ ଯୋଗୁ ସ୍ବାସ୍ଥ୍ୟ ବିଭାଗ କଟକଣା ଲାଗୁ କରିଛି । ପ୍ରଶାସନର ନିଷ୍ପତ୍ତି ଅନୁସାରେ ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଲାଲକିଲ୍ଲା ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରହିବ । 

କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ବାର୍ଡ ଫ୍ଳୁ ବ୍ୟାପୁଛି । ଆଗକୁ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଲାଲକିଲ୍ଲା ଅଞ୍ଚଳରେ ପକ୍ଷୀଙ୍କ ମୃତ୍ୟୁ ପ୍ରଶାସନ ଲାଗି ଚିନ୍ତାରେ କାରଣ ପାଲଟିଛି ।

Leave A Reply

Your email address will not be published.