Latest Odisha News

BREAKING NEWS

ବଜ୍ରାଘାତରେ ଗଲା ବୃଦ୍ଧଙ୍କ ଜୀବନ

କେନ୍ଦୁଝର : କେନ୍ଦୁଝରରେ ଅଭାବନୀୟ ଘଟଣା । ବଜ୍ରାଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ବାରିଆ ଥାନା ବାହାରପଶି ଗ୍ରାମର ହୁକୁମ ଚାନ୍ଦ ମହାନ୍ତ । ସେ ଶୌଚ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଚେତା ଶୂନ୍ୟ ହୋଇପଡ଼ିଥିଲେ ହୁକୁମ ଚାନ୍ଦ । ପରିବାର ଲୋକେ ତୁରନ୍ତ ତାଙ୍କୁ ଘରକୁ ଆଣି ଦେହରେ ତେଲ ମାଲିସ କରିଥିଲେ । କିନ୍ତୁ ଦେହ ଗରମ ଥିବାରୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.