Latest Odisha News

BREAKING NEWS

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଏବଂ ଗେଲ୍ ଇଣ୍ଡିଆ ମଧ୍ୟରେ ଏମଓୟୁ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଥିବା ସମସ୍ତ ସାତୋଟି ଗ୍ରାମୀଣ କ୍ୟାମ୍ପସରେ ଟେଲି ହେଲଥ୍ କିଓସ୍କ ପ୍ରତିଷ୍ଠା ପାଇଁ GAIL ଇଣ୍ଡିଆ ସହ ସେଞ୍ଚୁରିଅନ୍ ୟୁନିଭରସିଟି ହାତ ମିଳାଇଛି । ଗ୍ରାମର ଗରିବ ଲୋକ, ଯେଉଁମାନେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ, ସେମାନେ ଏହି ସ୍ୱାସ୍ଥ୍ୟ କିଓସ୍କରୁ ଲାଭବାନ ହୋଇ ପାରିବେ ।

ସେମାନେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ସହିତ, ଡାଇଗ୍ନୋଷ୍ଟିକ୍ ପରୀକ୍ଷା, ଔଷଧ ଏବଂ କିଓସ୍କ ମାଧ୍ୟମରେ ଅତି ସ୍ୱଳ୍ପ ମୂଲ୍ୟରେ ଦ୍ୱିତୀୟ ମତ ଚୟନ କରିପାରିବେ । ଏହି ସୁବିଧା ଅନଲାଇନରେ ମଧ୍ୟ ଉପଲବ୍ଧ ହୋଇପାରିବ ।

GAIL ଇଣ୍ଡିଆର ସ୍ଵାଧୀନ ନିର୍ଦ୍ଦେଶକ ନନ୍ଦା ଗୋପାଲ କହିଛନ୍ତିଯେ, ‘ଆମର ବିଶ୍ୱାସ ଏହି ଟେଲି ହେଲଥ୍ କିଓସ୍କ ଦ୍ଵାରା ଗ୍ରାମାଞ୍ଚଳବାସୀ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସେବା ସମସ୍ୟାର ସମାଧାନ ହୋଇପାରିବ ଏବଂ ଏହା କେବଳ ସାତୋଟି ଗ୍ରାମାଞ୍ଚଳରେ ସୀମିତ ନରହି ସାରା ରାଜ୍ୟକୁ ଉପକୃତ କରିବ ।’

ଗେଲ୍ ଇଣ୍ଡିଆ ପକ୍ଷରୁ ଶ୍ରୀମତୀ ଏବଂ ଶ୍ରୀ ନନ୍ ନନ୍ଦା ଗୋପାଲ, ସ୍ୱାଧୀନ ନିର୍ଦ୍ଦେଶକ, ଅନୁପ ଗୁପ୍ତା, ଇଡି ସିଏସ୍ଆର୍ ଏବଂ ଏଚ୍ଆର୍, ଓଡ଼ିଶାର ସିଏସଆର ଦାୟିତ୍ୱରେ ଥିବା ନିଗାମନନ୍ଦ ମିଶ୍ର,ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ପ୍ରଫେସର ଏବଂ ଦେବିଷ ପଣ୍ଡା ଦସ୍ତଖତ ସମାରୋହରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.