Latest Odisha News

BREAKING NEWS

ହାର୍ଦ୍ଦିକଙ୍କୁ ସମାଲୋଚନା କରିବା ନେଇ ଡିଭିଲର୍ସ, ପିଟରସନଙ୍କ ଉପରେ ରାଗିଲେ ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଦଳ ପ୍ଲେ ଅଫରେ ପ୍ରବେଶ କରିବାରେ ବିଫଳ ହୋଇଛି । ରୋହିତ ଶର୍ମାଙ୍କୁ ହଟେଇ ହାର୍ଦ୍ଦିକଙ୍କ ଅଧିନାୟକ କରାଯିବା ଏହାର ମୂଳ କାରଣ ଭାବେ ବିବେଚନା କରାଯାଇଛି । ଏହା ବ୍ୟତୀତ ହାର୍ଦ୍ଦିକଙ୍କ ଅଧିନାୟକ ଦକ୍ଷତାକୁ ନେଇ ସମାଲୋଚନା କରାଯାଇଛି । ଇଂଲଣ୍ଡର ପୂର୍ବ କ୍ରିକେଟର କେଭିନ ପିଟରସନ, ଆରସିବିର ପୂର୍ବତନ ଅଧିନାୟକ ଏବି ଡିଭିଲର୍ସ ମଧ୍ୟ ତାଙ୍କ ନେତୃତ୍ୱ ନେଇ ପ୍ରଶ୍ନ କରିଥିଲେ । ଏବେ କେକେଆରର ମେଂଟର ଗୌତମ ଗମ୍ଭୀର ଖୋଲାଖୋଲି ଭାବେ ହାର୍ଦ୍ଦିକଙ୍କ ସମର୍ଥନରେ ବାହାରିଛନ୍ତି ।

ସେ ପିଟରସନ ଓ ଡିଭିଲର୍ସଙ୍କୁ କହିଛନ୍ତି ତୁମେମାନେ ମଧ୍ୟ ସେ ଭଳି କିଛି ହାସଲ କରି ପାରିନ । ଡିଭିଲର୍ସ ରନ ବ୍ୟତୀତ ଆରସିବି ଟାଇଟଲ ହାସଲ କରାଇ ପାରି ନାହାନ୍ତି । ଅପରପକ୍ଷରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଗୁଜରାଟ ଟାଇଟାନ୍ସ ଚାମ୍ପିୟନ ହୋଇଛି । ରେକର୍ଡ ଅନୁଧ୍ୟାନ କଲେ ସବୁ କିଛି ସ୍ପଷ୍ଟ ହୋଇଯିବ । ହାର୍ଦ୍ଦିକଙ୍କ ଅନ୍ୟ ଆଇପିଏଲ ବିଜେତା ଅଧିନାୟକ ସହ ତୁଳନା କରିବା ଯୁକ୍ତିଯୁକ୍ତି । ଅନ୍ୟମାନଙ୍କ ସହ ତୁଳନା କରିବା ମୂର୍ଖାମୀ । ଚଳିତ ସଂସ୍କରଣରେ କୋଲକାତା ପ୍ରଭାବୀ ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଛି ।

Leave A Reply

Your email address will not be published.