Latest Odisha News

ମରାଠା ବୀର ଯୋଦ୍ଧାଙ୍କ ଲୁକରେ ଅଜୟ, ସାମ୍ନାକୁ ଆସିଲା ‘ତାନାଜି: ଦ ଅନସଙ୍ଗ ୱାରିଅର’ର ଟ୍ରେଲର

ମୁମ୍ବାଇ: ବହୁ ପ୍ରତିକ୍ଷିତ ମୋଗଲ ମାନଙ୍କ ଉପରେ ମରାଠା ମାନଙ୍କର ଆକ୍ରମଣ ଉପରେ ପର୍ଯ୍ୟବେସିତ କାହାଣୀକୁ ନେଇ ରୂପେଲି ପରଦାକୁ ଆସୁଛନ୍ତି ଅଜୟ ଦେବଗନ । ଯାହା ଅଜେୟ ଦେୱଗନଙ୍କ ୧୦୦ତମ ଫିଲ୍ମ।

BjdElectrycity

ନିକଟରେ ତାଙ୍କ ଅଭିନୀତ ‘ତାନାଜି: ଦ ଅନସଙ୍ଗ ୱାରିଅର’ର ହୃଦୟସ୍ପର୍ଶୀ ଟ୍ରେଲର ରିଲିଜ୍ ହୋଇଯାଇଛି। ଏହି ଫିଲ୍ମରେ ଅଜେୟ ଦେୱଗନ, ସୈଫଅଲ୍ଲୀ ଖାନ ଓ କାଜଲ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

୩ମିନିଟ ୨୧ ସେକେଣ୍ଡର ଏହି ଫିଲ୍ମ ରଟ୍ରେଲରକୁ ୟୁଟୁବ ରେ ଖୁବ ପସନ୍ଦ କରିଛନ୍ତି କ୍ଷ ଟ୍ରେଲର ରିଲିଜ ହେବାକ୍ଷଣି ଏହା ଟ୍ରେଣ୍ଡିଙ୍ଗରେ ଚାଲିଛି। ତାନାଜୀ ମାଲୁସରେଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ ଅଜେୟ ଦେୱଗନଙ୍କ ଫିଲ୍ମ କ୍ୟାରିଅରର ଏହା ୧୦୦ ତମ ଫିଲ୍ମ ହେବାକୁ ଯାଉଛି । ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡ଼ିଆ ରେ ଖୁବ ଟ୍ରେଣ୍ଡ କରୁଛି।

ଫିଲ୍ମରେ ଅଜେୟ ଦେୱଗନ ତନାଜି ମାଲୁସରେ ଭୂମିକାରେ ଥିଲାବେଳେ, ସୈଫଅଲ୍ଲୀ ଖାନ ଉଦୟଭାନ ଭୂମିକାରେ ଅଛନ୍ତି କ୍ଷ କାଜଲ ସାବିତ୍ରୀ ବାଇ ଚରିତ୍ରରେ ଅଭିନୟ କରିଛନ୍ତି କ୍ଷ କାଜଲ ଜବରଦସ୍ତ ମରାଠୀ ବେଶରେ ଦିଶୁଛନ୍ତି କ୍ଷ ଅଜେୟ ଦେୱଗନ ଓ ସୈଫଅଲ୍ଲୀ ଖାନ ମାଧ୍ୟମରେ ଜବରଦସ୍ତ ଫାଇଟ ଦର୍ଶକଙ୍କୁ ଖୁବ ମନୋରଞ୍ଜନ ଦେବ।

ଅଜୟ ଦେୱଗନ ଏଫଫିଲ୍ମ ଓ ଟି ସିରିଜ ବ୍ୟାନରରେ ନିର୍ମିତ ଫିଲ୍ମଟି ୧୦ ଜାନୁଆରୀ ୨୦୨୦ ରେ ରିଲିଜ ହେବାକୁ ହେଉଛି।

କିଏ ଏହି ତାନାଜି ମାଲୁସରେ-
ମରାଠୀ ସାମ୍ରାଜ୍ୟର ସଂସ୍ଥାପକ ଛତ୍ରପତି ଶିବାଜୀ ମହାରାଜଙ୍କ ସେନାରେ ତାନାଜି ମାଲୁସରେ ସୈନିକ ଥିଲେ। ଛତ୍ରପତି ଶିବାଜୀ ମହାରାଜଙ୍କ ସହ ମିଶି ବହୁଯୁଦ୍ଧ ଲଢ଼ିଥିଲେ। ତାନାଜି ବୀର ଆଉ ବାହାଦୂର ଭାବେ ଗଣାଯାଉଥିଲେ। ୧୬୭୦ରେ ହୋଇଥିବା ସିହ୍ନଗଡ଼ ଯୁଦ୍ଧରେ ନିଜର ଅତୁଳନୀୟ ଯୋଗଦାନ ପାଇଁ ଆଜିବି ସ୍ମରଣୀୟ ।

Leave A Reply

Your email address will not be published.