Latest Odisha News

BREAKING NEWS

ଛିନତାଇ ଗ୍ୟାଙ୍ଗର ୩ ଗିରଫ, ୪ଟି ଚେନ୍ ସହ ବହୁ ମୂଲ୍ୟବାନ ସାମଗ୍ରୀ ଜବତ

ଭୁବନେଶ୍ବର: ଚେନ୍ ଛିନତାଇ ଗ୍ୟାଙ୍ଗ ର ପର୍ଦ୍ଦାଫାଶ । କମିଶନରେଟ୍ ପୋଲିସ ହାତରେ ଧରାପଡିଲା ଚେନ୍ ଛିନତାଇ ଗ୍ୟାଙ୍ଗ । ପୋଲିସ ଆଖିରେ ଧୂଳି ଦେଇ ନିର୍ଭିକ ଭାବେ ରାଜଧାନୀର ଛାତି ଉପରେ ଚଳାଇଥିଲେ ଲୁଟପାଟ୍ । ଲୋକଙ୍କ ବେକରୁ ଝାମ୍ପି ନେଉଥିଲେ ସୁନା ଚିନ୍, ହାତରୁ ମୋବାଇଲ, ପର୍ସ ଏପରି ଅନେକ ମୂଲ୍ୟବାନ ଜିନିଷ ।

ତେବେ ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଖଣ୍ଡଗିରି ପୋଲିସ । ଏଥିରେ ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଅଞ୍ଚଳର ସୁରେଶ ନାୟକ ଓରଫ ରଙ୍ଗା, ପି. ରାମୁଲୁ ରାଓ । ଅନ୍ୟଜଣେ ନାବାଳକ ଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ୪ଟି ଚେନ୍, ଗୋଟିଏ ବାଇକ, ୩ଟି ମୋବାଇଲ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ ।

ପୂର୍ବରୁ ଏମାନଙ୍କ ନାଁ ରେ ବିଭିନ୍ନ ଥାନାରେ ଅନେକ ଅଭିଯୋଗ ରହିଥିବାବେଳେ, ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ଏନେଇ ଆଜି ଏମାନଙ୍କୁ ଧରିବାରେ ସଫଳ ହୋଇଛି ଖଣ୍ଡଗିରି ଥାନା ପୋଲିସ । ତେବେ ପଚରା ଉଚରା ବେଳେ ଚୋରି ସୁନାକୁ ସେମାନେ ନେଇ ଅନ୍ୟ ଜାଗାରେ ବନ୍ଧକ ରଖି ଟଙ୍କା ଆଣୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ।

Leave A Reply

Your email address will not be published.