Latest Odisha News

BREAKING NEWS

ଏହି ସ୍ଥାନକୁ ସାଧାରଣ ମଣିଷ ଯିବା ମନା

ନୂଆଦିଲ୍ଲୀ: ବିଶ୍ୱରେ ଏପରି କେତେକ ସ୍ଥାନ ଅଛି ଯେଉଁଠାରେ ସାଧାରଣ ମଣିଷ ଯିବା ଉପରେ କଟକଣା ରହିଛି । ଆମେରିକା ବାୟୁସେନାର ଗୁପ୍ତ ସୁବିଧା ଏରିଆ ୫୧କୁ ନେଇ ଅନେକ ପ୍ରକାରର ରହସ୍ୟମୟ କଥା ଶୁଣିବାକୁ ମିଳୁଛି । ନେବାଦର ମରୂଭୂମିରେ ବାୟୁସେନାର ଏହି ଅଂଚଳକୁ ଯିବା ପାଇଁ ଅନେକ କଟକଣା ରହିଛି । ଏଠାରେ ପ୍ରକୃତରେ କଣ ରହିଛି ତାହା ଏବେ ବି ରହସ୍ୟମୟ ।

ଆର୍କାଟିକରେ ଥିବା ଗ୍ଲୋବାଲ ସିଡ ବଲ୍ଟ ବୈଶିକ ଭଣ୍ଡାରକୁ ସାଧାରଣ ମଣିଷ ଯାଇପାରିବେ ନାହିଁ । ଭବିଷ୍ୟତରେ ବିଶ୍ୱରେ ବିନାଶକାରୀ ଘଟଣା ଆଶଙ୍କା ନେଇ ଏଠାରେ ଅଧିକାଂଶ ବୀଜକୁ ସଂରକ୍ଷିତ ଅବସ୍ଥାରେ ରଖାଯାଇଛି । ସାଧାରଣ ଜନବସତିଠାରୁ ଏହାକୁ ଦୂରରେ ସୁରକ୍ଷିତ ଭାବେ ରଖାଯାଇଛି ।

ସେହିପରି ଭାରତର ସେଂଟିନଲ ଦ୍ୱୀପରେ ମଧ୍ୟ ମଣିଷ ଜୀବ ମନା । ଏଠାରେ ସେଂଟିନାଲ ଜନଜାତି ରହୁଛନ୍ତ । ବାହାର ଦୁନିଆଠାରୁ ସେମାନେ ଅଲଗା ରହୁଥିବାରୁ ଏହି କଟକଣା ଲଗା ଯାଇଛି । ଏହା ଏକ ସଂରକ୍ଷିତ ସ୍ଥାନ । ବାହାର ଲୋକଙ୍କ ସଂସ୍ପର୍ଶରେ ଆସିଲେ ସେମାନଙ୍କ କ୍ଷତି ହେବା ଆଶଙ୍କା ଦୃଷ୍ଟିରେ ଏହି ପଦକ୍ଷେପ ନିଆଯାଇଛି ।

ୟୁକ୍ରେନର ଚେରନୋବେଲ ପରାମଣୁ ଉର୍ଜା କେନ୍ଦ୍ର ନିକଟକୁ ମଧ୍ୟ ସାଧାରଣ ମଣିଷ ଯିବା ଉପରେ କଟକଣା ଲଗାଯାଇଛି । ୧୯୮୬ରେ ନ୍ୟୁକ୍ଲିୟର ରିଆକ୍ଟରରେ ଦୁର୍ଘଟଣା ଘଟିବା ପରେ କଟକଣାକୁ ଆହୁରି କଡା କରାଯାଇଛି ।

ବ୍ରାଜିଲର ସ୍ନେକ ଆଇସଲାଣ୍ଡକୁ ମଧ୍ୟ ମଣିଷ ଜୀବନ ପ୍ରତି ବିପଦ ଥିବାରୁ ଯିବା ଉପରେ କଟକଣା ଲଗାଯାଇଛି । ବ୍ରାଜିଲ ସରକାର ଉଭୟ ସାପ ଓ ମଣିଷର ସୁରକ୍ଷା ପାଇଁ ଏହି କଟକଣା ଲଗାଇଛି ।

Leave A Reply

Your email address will not be published.