Latest Odisha News

BREAKING NEWS

ଚେୟାରରେ ବସି ବସି କମ କରନ୍ତୁ ବେଲି ଫ୍ୟାଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମୟର ଅଭାବ ଏବଂ ଜୀବନର ବ୍ୟସ୍ତତା ବେଳେବେଳେ ଫିଟନେସକୁ ଚ୍ୟାଲେଞ୍ଜ ଦେଇଥାଏ। ଆଜିକାଲି କୌଣସି ବ୍ୟକ୍ତି ମଟା ପେଟ ପସନ୍ଦ କରନ୍ତି ନାହିଁ। କିନ୍ତୁ ଅନିଚ୍ଛା ସତ୍ତ୍ୱେ ଲୋକଙ୍କ ପେଟରେ ଚର୍ବି ଯୋଗୁଁ ବଡ଼ ଦେଖାଯାଏ। ଯେତେ ଚେଷ୍ଟା କଲେ ସୁଦ୍ଧା ବେଲି ଫ୍ୟାଟ୍ କମେ ନାହିଁ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ ବସି ବସି ଓଜନ ହ୍ରାସ କରିପାରିବେ। ଆପଣ ବିଶ୍ୱାର କରିବେ କି ? ଚେୟାରରେ ବସି ବସି ମଧ୍ୟ ଓଜନ ହ୍ରାସ କରି ପାରିବେ। ଚେୟାରରେ ବସିବା ସମୟରେ କିଛି ବ୍ୟାୟାମ କରାଯାଇପାରେ, ଯାହା ଶରୀରର ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ ବୋଲି ପ୍ରମାଣ କରିଥାଏ।

ହ୍ୟାଙ୍ଗିଂ ବଡି…
ଏହି ବ୍ୟାୟାଟି ଚେୟାରରେ ବସି କରିବା ଅତି ସହଜ ଏବଂ ପ୍ରଭାବଶାଳୀ। ଏହା ସିଧାସଳଖ ପେଟର ଚର୍ବିକୁ ଟାର୍ଗେଟ କରେ ଏବଂ ଜଙ୍ଘର ଚର୍ବି ହ୍ରାସ କରିବାରେ ମଧ୍ୟ ପ୍ରଭାବ ଦେଖାଏ। ଏହି ବ୍ୟାୟାମ କରିବାକୁ ହେଲେ ଗୋଟିଏ ଚେୟାରରେ ବସି ଦୁଇ ହାତରେ ହ୍ୟାଣ୍ଡେଲ ଧରି ରଖନ୍ତୁ। ବର୍ତ୍ତମାନ ଶରୀରକୁ ଉପରକୁ ଉଠାଇବାକୁ ଚେଷ୍ଟା କରନ୍ତୁ। ଏହି ବ୍ୟାୟାମରେ ଆପଣଙ୍କ ଶରୀର ୯୦ ଡିଗ୍ରୀ କୋଣ ପରି ଦେଖାଯିବ। ଏହି ପୋଜକୁ କିଛି ସେକେଣ୍ଡ ପାଇଁ କରନ୍ତୁ। ଏହି ବ୍ୟାୟାମକୁ ଚ୍ୟାଲେଞ୍ଜିଂ କରିବାକୁ, ଆପଣ ଉଭୟ ଗୋଡକୁ ଏକତ୍ର କରିପାରିବେ।

ସିଜର ବ୍ୟାୟାମ…
ଚେୟାରରେ ସିଧା ହୋଇ ବସନ୍ତୁ। ଚେୟାରର ହ୍ୟାଣ୍ଡେଲରେ ଉଭୟ ହାତ ରଖନ୍ତୁ ଏବଂ ଗୋଡକୁ ପବନରେ କ୍ରିସ କ୍ରସ କରନ୍ତୁ। ପାଦକୁ ପବନରେ ଏପରି ହଲାନ୍ତୁ ଯେପରି କଞ୍ଚିଂ ଚଲାନ୍ତି। ଆପଣଙ୍କୁ ଅତିକମରେ ଦଶ ଥର ଏହା କରିବାକୁ ପଡିବ। ଏହା ସହିତ, ଆପଣ ଆଣ୍ଠୁକୁ ଉପରକୁ ଓ ତଳକୁ ଘୁଞ୍ଚାଇ ପାରିବେ।

ଟୁଇଷ୍ଟ…
ଚେୟାରରେ ବସି ଶରୀରକୁ ଡାହାଣ ଦିଗକୁ ବଙ୍କା କରନ୍ତୁ ଏବଂ ଆଣ୍ଠୁକୁ ବାମ ପଟେ ବୁଲାନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଶରୀର ମୋଡ଼ି ହୋଇଯିବ। ଏହି ବ୍ୟାୟାମକୁ ଉଭୟ ପାର୍ଶ୍ୱରେ ବିକଳ୍ପ ଭାବରେ କରନ୍ତୁ। ଆପଣ କେବଳ ଘରେ ନୁହେଁ ଅଫିସରେ ମଧ୍ୟ ଏହି ପୋଜ୍ କରିପାରିବେ। ଆପଣ ଏହା କରିବା ବେଳେ ଶରୀରକୁ ବ୍ୟାଲେନ୍ସ କରନ୍ତୁ, ନଚେତ ଚେୟାରରୁ ଖସିଯିବାର ଭୟ ଅଛି।

କ୍ୟାଟ କାଓ….
ଏହି ପୋଜ୍ କରିବାକୁ ହେଲେ ଆଗକୁ ସ୍ଲାଇଡ୍ କରି ସିଧା ଚେୟାରରେ ବସନ୍ତୁ। ଦୁଇ ହାତକୁ ପାଦରେ ରଖନ୍ତୁ। ବର୍ତ୍ତମାନ ଶରୀରକୁ ଆଗକୁ ଏବଂ କାନ୍ଧକୁ ପଛକୁ ଟାଣନ୍ତୁ। ଯେତେବେଳେ ଆପଣ ଛାତି ଆଗକୁ ଆଣିବେ, ଏକ ଗଭୀର ନିଶ୍ୱାସ ନେବେ ଏବଂ ଛାଡିଦେବେ। ଏପରି ତିନି-ତିନି ସେଟ୍ ରେ କିଛି ସମୟ ପାଇଁ ଏହି ବ୍ୟାୟାମ କରନ୍ତୁ। ଏହା ପେଟର ଚର୍ବି ପାଇଁ ବହୁତ ଭଲ ବୋଲି କୁହାଯାଏ।

Leave A Reply

Your email address will not be published.